ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ନାହିଁ ବର୍ଷା ଭୟ

ଭୁବନେଶ୍ୱର: ଅବପାତର ରୂପ ନେଇସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ।ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ ଅବପାତର ରୂପ ନେଇଛି। ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ଆଣ୍ଡାମାନ ଉପରେ ଥିବା ଅବପାତ ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡିଶା ଉପରେ ରହିବ ନାହିଁ। କିଛି ସ୍ଥାନରେ ମେଘୁଆ ପାଗ ଦେଖାଯିବ , ଶୀତର ପ୍ରଭାବ ସାମାନ୍ୟ ରହିବ। କାଲିଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ଏବଂ ଶୀତ ଅନୁଭବନ ହେବ।ସୋମବାର ରାୟଗଡ଼ା ଓ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅପରପକ୍ଷେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ଆରବସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତର ଅଂଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଆଉ ଏକ ଲଘୁଚାପ କ୍ଷେତ୍ର ରହିଛି। ଏହା ପ୍ରଭାବରେ ଗୁଜରାଟ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ସିକିମ୍‌, ବିହାର ଏବଂ ଉତ୍ତର-ପୂର୍ବ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *