ଭୁବନେଶ୍ବରରେ ବୋମାମାଡ଼

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ଆଜି ସକାଳୁ ବୋମାମାଡ଼ ହେଇଛି। ଘଟଣାର ତଦନ୍ତ ଏନଆଇଏ ଟିମ କରୁଛି। କେନ୍ଦ୍ରୀୟ ବିଦ୍ୟାଳୟ ମୁଖ୍ୟ ଗେଟ୍ ଆଗରେ ବୋମା ବିସ୍ଫୋରଣ ହୋଇଥିଲା। ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଥିଲା ବୋମା। ବୋମା ବିସ୍ଫୋରଣରେ ଥରିଯାଇଥିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ ପରିସର। କେହି ଦୁବୃତ୍ତ ବୋମା ଫୁଟାଇ ଫେରାର ହେଇଯାଇଛି। ଘଟଣାସ୍ଥଳରେ ମଞ୍ଚେଶର୍ ପୋଲିସ ପହଁଞ୍ଚି ଛାନଭିନ ଚଳାଇଛି। ହେଲେ ବୋମାମାଡରେ କୌଣସି କ୍ଷତି ନେଇ ସୂଚନା ମିଳିନି। ସ୍ଥାନୀୟ ଅଞ୍ଚଳର ଏକାଧିକ ସିସିଟିଭି ରହିଥିବାରୁ ସେସବୁକୁ ଅନୁଧ୍ୟାନ କରି ଯାଞ୍ଚ କରୁଛି ପୋଲିସ।

Leave a Reply

Your email address will not be published. Required fields are marked *