ଆନନ୍ଦପୁର : ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଅସବଧାନ ହେତୁ ଚୁଲିରୁ ନିଆଁଲାଗି ଗୁରୁତର ହେଇଥିବା ପାଚିକା ତପୋଇ ପ୍ରଧାନଙ୍କ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ବୁଧବାର ମୃତ୍ୟୁ ଘଟିଛି। ତପୋଇ ଗତ ନଭେମ୍ବର ୨୭ ତାରିଖରେ ସ୍କୁଲରେ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରୁଥିବା ସମୟରେ ଚୁଲି ନିଆଁରେ ପୋଡିହୋଇ ଗୁରୁତର ହୋଇଥଲେ। ପ୍ରଥମେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ ଡାକ୍ତରଖାନାଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତପୋଇଙ୍କ ମୃତ୍ୟୁ ଖବରରେ ଗାଁରେ ଶୋକ ଖେଳିଯାଇଛି।
ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ନିଆଁ ରେ ପୋଡ଼ିଯାଇଥିବା ପାଚିକାଙ୍କ ମୃତ୍ୟୁ
