ନବରଙ୍ଗପୁରରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରେ ବାଲ୍ୟ ବିବାହ ବହୁ ମାତ୍ର ରେ ପ୍ରଚଳିତ। ଏଠାରେ ପ୍ରତି ବର୍ଷ ବାଲ୍ୟ ବିବାହ ହେଉଥିବା ଦେଖିବାକୁ ମିଳେ। ଏସବୁ କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ଏବଂ ଆସୋସିଏସନ ଫର ଭଲିନଟାରୀ ଆକ୍ସନ ସଂସ୍ଥା ତରଫ ରୁ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ସରୋଜିନୀ କଲ୍ୟାଣ ମଣ୍ଡପ ଠାରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ବାଲ୍ୟ ବିବାହ ବିରୋଧରେ ଏହି ଜାତୀୟ ଅଭିଯାନ ଗତ ୨୭ ନଭେମ୍ବର ରୁ ୮ ମାର୍ଚ୍ଚ ପର୍ଯ୍ୟନ୍ତ ୧୦୦ ଦିନ ବ୍ୟାପୀ ଚାଲିବ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷ ବବିତା ପାତ୍ର ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ରୂପେ ଆୟୋଗ ସଭ୍ୟା ସୁଜାତା ନାୟକ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ପ୍ରକଳ୍ପ ପ୍ରଶାସକ, ଜନଜାତି ଉନ୍ନୟନ ସଂସ୍ଥା ରାଜୀବ ସାହୁ ,ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *