ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ଲଘୁଚାପ ପ୍ରଭାବ ରେ ସାରା ରାଜ୍ୟରେ ଶୀତ କମିଯାଇଥିଲା। ଆଜିଠୁ ପୁଣି ଶୀତ ବଢିବ। ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ। ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମଙ୍ଗଳବାର ରାତିରେ ଜି. ଉଦୟଗିରି, ଦାରିଙ୍ଗବାଡ଼ି, ଚିପିଲିମା, ଫୁଲବାଣୀ, ବୌଦ୍ଧ ଓ ସୋନପୁର ଭଳି ସ୍ଥାନର ରାତି ତାପମାତ୍ରା ଖସିଛି। ଦିନକରେ ଜି. ଉଦୟଗିରିରେ ପାରଦ ପ୍ରାୟ ୫ ଡିଗ୍ରୀ କମିଛି। ଦାରିଙ୍ଗିବାଡ଼ିରେ ପ୍ରାୟ ୨.୫ ଡିଗ୍ରୀ, ଫୁଲବାଣୀରେ ୧.୫ ଡିଗ୍ରୀ, ଭୁବନେଶ୍ୱରରେ ୪ ଡିଗ୍ରୀ, କଟକରେ ୩ ଡିଗ୍ରୀ ଖସିଯାଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ଆଗକୁ ଶୀତ ବଢ଼ିବା ସହ କୁହୁଡ଼ି ବି ବଢ଼ିବ। ଆଗାମୀ ୪ ଦିନରେ ପାରଦ ୪ ଡିଗ୍ରୀ କମିଯିବ।ଆସନ୍ତା ୭ ତାରିଖ ରାତିରେ ମଧ୍ୟ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ଆଉ ୧ ଡିଗ୍ରୀ କମିପାରେ। ୮ ତାରିଖ ରାତିରେ ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ। ୯ ତାରିଖରୁ ପୁଣି ତାପମାତ୍ରା ଖସିବ ଓ ଶୀତ ଜାରି ରହିବ। ୫ ଓ ୯ ତାରିଖରେ ଘନ କୁହୁଡ଼ି ଦେଖାଦେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ପାଣିପାଗ କେନ୍ଦ୍ରର ଆକଳନ କହୁଛି, ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିପାରେ।

Leave a Reply

Your email address will not be published. Required fields are marked *