ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ନେଲା ବଡ଼ ଆକ୍ସନ । ଦୀଘା ମଡେଲ୍ର ମାଷ୍ଟରମାଇଣ୍ଡକୁ ପାରଳାଖେମୁଣ୍ଡିରୁ ଉଠାଇ ଆଣିଲା ସିବିଆଇ । ମାଷ୍ଟରମାଇଣ୍ଡ ବିରଞ୍ଚି ନାରୟଣ ନାୟକ ସିବିଆଇ ଅଟକ ରଖି ଜେରା କରୁଛି। । ଦଲାଲ ଅରବିନ୍ଦ ଦାସ ର ସହଯୋଗୀ ହେଉଛି ବିରଞ୍ଚି ନାୟକ । ନୋଟିସ ପାଇ ହାଜର ନହେବାରୁ ସିବିଆଇ ତାଙ୍କୁ ଉଠାଇ ଆଣିଛି । ବିରଞ୍ଚି, ଅରବିନ୍ଦ ସହ ମିଶି ଶତାଧିକ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିଥିଲା।ଏସଆଇ ଚାକିରି ପାଇଁ ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବିରଞ୍ଚି ନେଇଥିବା ସୁରାକ ପାଇଛି କେନ୍ଦ୍ରୀୟ ତଦନ୍ତକରା ସଂସ୍ଥା । ସେନେଇ ବିରଞ୍ଚିକୁ ଘନଘନ ଜେରା କରୁଛି ସିବିଆଇ ।
ଏସଆଇ ପରୀକ୍ଷା ଜାଲିଆତି ଘଟଣା, ମାଷ୍ଟରମାଇଣ୍ଡକୁ ସିବିଆଇ ଜେରା
