ଭୁବନେଶ୍ୱର : ପୁଣି ଜୀବନ ନେଇଛି ‘ଆମ ବସ୍’। ସତ୍ସଙ୍ଗ ବିହାର ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ଓଡି ୦୫ ସିବି ୦୦୪୧ ନମ୍ବର ବିଶିଷ୍ଟ ଆମ ବସଟି ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଚାପି ଦେଇଛି। ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣକ ହେଲେ ଭୋଇନଗରର ସୁଦର୍ଶନ ସାହୁ (୪୨)। ଶହୀଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଦୁର୍ଘଟଣା ଘଟାଇଥିବା ଆମ ବସ୍କୁ ଜବତ କରିଥିବା ବେଳେ ସମ୍ପୃକ୍ତ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ପୋଲିସ ଟିମ୍ ତାଙ୍କୁ ଚିହ୍ନଟ କରି ଗିରଫ କରିବାକୁ ପ୍ରୟାସ ଚଳାଇଛି।
ପୁଣି ଜୀବନ ନେଲା ଆମ ବସ୍
