ଭୁବନେଶ୍ବର: ୧୮ ମାସର ବିଜେପି ସରକାର ସମୟରେ ଆଇପିଏଲ ପରି ଓପିଏଲ ପ୍ରସିଦ୍ଧ ହୋଇଛି। ୧୮ ମାସରେ ୧୮ରୁ ଅଧିକ ପ୍ରଶ୍ନପତ୍ର ରାଜ୍ୟରେ ଲିକ ହେଲାଣି। ପରୀକ୍ଷା ବାତିଲ ହେଉଛି। ଏହାର ଅନ୍ତ କେଉଁଠୁ, କେହି ଜାଣି ନାହାନ୍ତି। କେତେ ଦିନ ଏପରି ଚାଲିବ। ଯଦି ଗୋଟେ ପରୀକ୍ଷା ସୁରକ୍ଷିତ ଭାବେ ସରକାର କରି ପାରୁ ନାହାନ୍ତି, କି ସୁରକ୍ଷା ସହ ସରକାର ଚାଲିବ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ପରୀକ୍ଷା ନିୟନ୍ତ୍ରଣ ବୋର୍ଡ ରହିଛି। ଯଦି ସରକାର ବାରମ୍ବାର ଫେଲ ମାରୁଛନ୍ତି, ଏହି ବୋର୍ଡର ଆବଶ୍ୟକତା କଣ ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଜନବିଶ୍ୱାସ ବିଲ ଆଣି ପିଲାଙ୍କୁ ଜୁଆ ଖେଳବାକୁ ପ୍ରୋତ୍ସାହନ ଦେଲେ। ପରୀକ୍ଷା ନ ଦେଇ ପିଲା ଜୁଆ ଖେଳିବେ। ପରୀକ୍ଷା ନୀଳାମି ବୋର୍ଡ, ଚାକିରି ବିକ୍ରି ମେଳା କରାଯାଉ। ପିଲା ସହ ତା’ ପରିବାର ବହୁ କଷ୍ଟ ଓ ପରିଶ୍ରମ କରି ଅର୍ଥ ପାଠ ପଢାରେ ଲଗାନ୍ତି। ସରକାର କହି ଚାଲୁଛନ୍ତି ତଦନ୍ତ କରିବେ। ପରୀକ୍ଷା ବାତିଲ ଓ ତଦନ୍ତ। ଏହା ଉତ୍ତର ନୁହେଁ। ସରକାର ଓ ଆସ୍ଥା, ଏହା ଲୋକ ହରାଇ ଦେଲେଣି। ଆଣ୍ଟି ପେପର ଲିକ ଆଇନ ଆଣିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରିବେ କି ଯେଉଁ ଆଇନ ଆଣିଥିଲେ କଳା ବଜାରୀ ଉପରେ ଆଣିଥିଲେ, କେତେ କଳାତାଲିକାଭୁକ୍ତ ସଂସ୍ଥା ଦେଇ ପାରିବେ କି ? ନା ଏହା ପ୍ରଚାର ସର୍ବସ୍ବ.। ଏହି ଆଇନ ଆଣିବା ପରେ ବି ଦଲାଲ ଖାତିର କରୁ ନାହାନ୍ତି। ହୁଏତ ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀରୁ ପ୍ରୋତ୍ସାହନରେ ଏହା ଚାଲୁଛି। ନ ହେଲେ ବିଜେପିର ଏକ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଲେ ସରକାର ବି ଅନ୍ଧାରକୁ ଚାଲିଯିବ। ପୁଞ୍ଜିଭୂତ ଅସନ୍ତୋଷର ନିଆଁର ବହ୍ନି ବିସ୍ଫୋରକ ରୂପ ନେଲାଣି। ସରକାରଙ୍କ ଦମକଳ ପ୍ରସ୍ତୁତ ରଖନ୍ତୁ। ପରିସ୍ଥିତି ଭୟାନକ ହେବ। ଛାତ୍ର ଯୁବକ ସରକାର ବିରୋଧୀ ହୋଇ ରାସ୍ତାକୁ ଆସିଲେ, ନିୟନ୍ତ୍ରଣ ହୋଇ ପାରିବେ ନାହିଁ। ଅନ୍ୟ ରାଷ୍ଟ୍ର ପରି ପରିସ୍ଥିତି ହେବ। SI ଦୁର୍ନୀତି ପରେ ଏହା ବନ୍ଦ ହେବା କଥା। ହେଲେ ଏଏନଏମ୍ ପରୀକ୍ଷାରେ ବି ବିଭ୍ରାଟ ହେଲା। ଆଗକୁ ଛାତ୍ର ଓ ବିଜେଡି ଆନ୍ଦୋଳନ କରିବ। ସରକାର ମୁଣ୍ଡ ନୂଆଇବାକୁ ବାଧ୍ୟ ହେବ। ପରୀକ୍ଷା ବିଭାଗ ଓ ପରୀକ୍ଷା ମନ୍ତ୍ରୀ କରାଯାଉ। ଏଥିରେ ବିରୋଧୀ ଦଳକୁ ବି ବିଶ୍ୱାସକୁ ନିଆଯାଉ ବୋଲି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି।
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଲେ ସରକାର ବି ଅନ୍ଧାରକୁ ଚାଲିଯିବ: ବିଜେଡି
Oplus_16908288
