ମଣ୍ଡି ଅଚଳାବସ୍ଥାକୁ ନେଇ ରାଜରାସ୍ତାରେ ଧାନ ବସ୍ତା ରଖି ଚାଷୀଙ୍କ ପ୍ରତିବାଦ

ବରଗଡ଼: ରାଜରାସ୍ତାରେ ଧାନ ପକାଇ ଚାଷୀଙ୍କ ପ୍ରତିବାଦ । ମଣ୍ଡି ଅଚଳାବସ୍ଥାକୁ ନେଇ ବରଗଡ଼ ଗୋଡ଼ଭାଗାରେ ଏନ୍‌ଏଚ୍‌-୫୩ ଅବରୋଧ କରିଥିଲେ ଶହ ଶହ ଚାଷୀ । ଚାଷୀଙ୍କ ରାସ୍ତା ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା । ଶତାଧିକ ଗାଡି ଅଟକି ରହିଥିଲା । ପ୍ରଶାସନ ସହ ଆଲୋଚନା ବିଫଳ ହେବାପରେ ରାସ୍ତା ଅବରୋଧ କରିଛନ୍ତି ଚାଷୀ । ପ୍ରତିବାଦ ବେଳେ ଦେଖିବାକୁ ମିଳିଥିଲା ଅପ୍ରୀତିକର ପରିସ୍ଥିତି l ପୋଲିସ ଓ ଚାଷୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ସ୍ଥିତି ଶାନ୍ତ ପଡିଥିବା ବେଳେ ପ୍ରଶାସନ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରୁଛି । ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଓ ବରଗଡ଼ ଏସଡିପିଓ ଚାଷୀଙ୍କୁ ବୁଝାସୁଝା କରୁଛନ୍ତି । ଜିଲ୍ଲାର ଗୋଡଭଗା, ଅତାବିରା ସମେତ ବିଭିନ୍ନ ମଣ୍ଡିରେ ଧାନ ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ ପଡି ରହିଛି। ଚାଷୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ଧାନ ଉଠାଣ ସ୍ବାଭାବିକ ହୋଇପାରି ନାହିଁ। ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି।

Leave a Reply

Your email address will not be published. Required fields are marked *