ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ,ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆହୁରି ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ପକ୍ଷରୁ କଟକଣା କୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ଦିନ ୧୨ଟା ପର୍ଯ୍ୟନ୍ତ କଟକଣା ବୃଦ୍ଧି ହୋଇଥିବା ନେଇ ସୂଚନା ଜାରି ହୋଇଛି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ୫ଦିନ ତଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶରୀର ଉଦ୍ଧାର ହେବା ଘଟଣାକୁ ନେଇ ବ୍ଲକର ରାଖେଲଗୁଡା ଓ ଏମଭି-୨୬ ଗାଁ ମଧ୍ୟରେ ସୋମବାର ଅପରାହ୍ନରୁ ଲାଗିଥିବା ଉତ୍ତେଜନା ଅଣାୟତ୍ତ ହୋଇଥିଲା। ହଜାର ହଜାର ଆଦିବାସୀ ଏମଭି-୨୬ ଗାଁରେ ପହଞ୍ଚି ହଙ୍ଗାମା କରିଛନ୍ତି। ତେବେ ଉଭୟ ଗାଁରେ ଶାନ୍ତି ଫେରାଇବାକୁ ଶାନ୍ତି କମିଟି ବୈଠକ ବସିବ ବୋଲି କହିଛନ୍ତି ଜିଲ୍ଲାପାଳ। ସିଏମ୍ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଏମ୍‌ଭି ୨୬ରେ ୧୮୮ ଘର ମଧ୍ୟରୁ ୧୬୩ଟି ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ଆକଳନ କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *