ଉଦ୍ଧାର ହେଲା ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ

ବିଏସ୍‌ଏଫ୍‌ ଯବାନଙ୍କ ଦ୍ଵାରା କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ୧୮୦ ବିଏନ ବିଏସଏଫ ଅଧୀନରେ କମ୍ପାନୀ ଅପରେଟିଂ ବେସ୍ (ସିଓବି) ରାମଗିରିର ଯବାନମାନେ ୨୩ ଜୁଲାଇ ୨୦୨୫ରେ ଘୋଡାଘାଟ ଗ୍ରାମ ଏବଂ ଶାବରୀ ନଦୀ ସଂଲଗ୍ନ ଜଙ୍ଗଲ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଅପରେସନ୍ କରିଥିଲେ । ସନ୍ଧାନ ସମୟରେ, ଅପରେସନ୍ ଦଳ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାର ହଳଦିକୁଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘନ ଜଙ୍ଗଲରେ ଶାବରୀ ନଦୀ କୂଳରେ ଏକ ପଥର ଗୁମ୍ଫାରେ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ । ଉଦ୍ଧାର କରାଯାଇଥିବା ଜିଲୋଟିନ ଷ୍ଟିକ୍ ୨୭ଟି ରହିଥିବା ଜଣାପଡିଛି। ଉଦ୍ଧାର ଜିଲୋଟିନ ଷ୍ଟିକ୍ ଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ ପାଇଁ ବୈପାରିଗୁଡା ଥାନାକୁ ହସ୍ତାନ୍ତର କରାଯାଇଛି । ବିଏସଏଫ ଓଡ଼ିଶାର ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିୟମିତ ଅପରେସନ୍ ଚଳାଇଛନ୍ତି। ସୁରକ୍ଷା ବାହିନୀ ଏବଂ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ବ୍ୟବହାର ପାଇଁ ମାଓବାଦୀ ସଂଗଠନଗୁଡ଼ିକ ଦୁର୍ଗମ ଏବଂ ନିର୍ଜନ ସ୍ଥାନରେ IED ତିଆରି ସାମଗ୍ରୀ ଖଞ୍ଜୁ ଥିଲେ। ଏହି ଉଦ୍ଧାର କାର୍ଯ୍ୟ ପରେ, ସୁରକ୍ଷାବାହିନୀ ଏବଂ ସ୍ଥାନୀୟ ବାସିନ୍ଦା ଉଭୟଙ୍କ ସୁରକ୍ଷା ନିମନ୍ତେ କମ୍ବିଂ ଅପରେସନ ଜାରି ରହିଛି । ବୈପାରିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିବାରେ ବିଏସଏଫ ଯବାନ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *