ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ ହେଇଛି । ୯୧ ବର୍ଷରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ​​​​​​​ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟାରେ ସେ ଲାଟୁରର ଦେଓଘରସ୍ଥିତ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ସେ ଘରେ ଚିକିତ୍ସାଧୀନ ଥିଲେ। ଶିବରାଜ ପାଟିଲ ଚାକୁରକର ଲୋକସଭାର ବାଚସ୍ପତି ଥିଲେ। ସେ ଅନେକ କେନ୍ଦ୍ର ମନ୍ତ୍ରୀ ପଦରେ ରହିଥିଲେ। ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମୟରେ ସେ ଦେଶର ଗୃହମନ୍ତ୍ରୀ ଥିଲେ। ମୁମ୍ବାଇ ଆକ୍ରମଣ ପରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା।
ଶିବରାଜ ପାଟିଲ ୧୯୩୫ ମସିହା ଅକ୍ଟୋବର ୧୨ ତାରିଖରେ ଲାଟୁର ଜିଲ୍ଲାର ଚାକୁରରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ପ୍ରଥମେ ଆୟୁର୍ବେଦ ଅଭ୍ୟାସ କରିଥିଲେ ଏବଂ ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ କରିଥିଲେ। ୧୯୬୭ ମସିହାରେ ଲାଟୁର ମ୍ୟୁନିସିପାଲ କର୍ପୋରେସନରେ ଯୋଗଦାନ କରିବା ପରେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଆରମ୍ଭ ପରେ ଏକ ଦୀର୍ଘକାଳୀନ ରାଜନୈତିକ କ୍ୟାରିୟରର ମୂଳଦୁଆ ପାଲଟିଥିଲା। ତାଙ୍କ ବିୟେଗରେ ବହୁ ନେତା ଶୋକ ଵ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *