ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ୍ : ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଏଣିକି ଓଡ଼ିଶାରେ କଲେଜ କ୍ୟାମ୍ପସ୍ ହେବ ନିଶା ମୁକ୍ତ। ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରି କଲା ଉଚ୍ଚଶିକ୍ଷା ବିଭାଗ। ନାକ୍ରୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମେଣ୍ଟାଲ ହେଲଥ୍ ଆଣ୍ଡ୍ ନର୍ମାଲସି ଅଗ୍‌ମେଣ୍ଡେସନ୍ ସିଷ୍ଟମ (ମାନସ) ଶୁଭାରମ୍ଭ ହୋଇଛି । ନିଶା ସମ୍ପର୍କିତ ସୂଚନା ପାଇଁ ହେଲପଲାଇନ୍ ନମ୍ବର ‘୧୯୩୩’ ଜାରି କରାଯାଇଛି । କ୍ୟାମ୍ପସରେ ଡ୍ରଗ୍ସ ବ୍ୟବହାର ହେଉଥିବା ନେଇ ଏହି ଫୋନ୍ ନମ୍ବରରେ କଲ୍ କରି ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି। ଏହାସହିତ ଇମେଲ୍ ଓ ମୋବାଇଲ ଆପ୍ ‘ଉମଙ୍ଗ’ ମାଧ୍ୟମରେ ଯେ କେହି ଅଭିଯୋଗ କରିପାରିବେ। ଯିଏ ଅଭିଯୋଗ କରିବେ ତାଙ୍କ ନାମ ଗୋପନ ରହିବ। ଡ୍ରଗ୍ସ ସମ୍ପର୍କିତ ଅନୁଧ୍ୟାନ, କାଉନସେଲିଂ କେନ୍ଦ୍ର ସମ୍ପର୍କରେ ପୋର୍ଟାଲରେ ଉତ୍ତର ମିଳିପାରିବ ।
ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଯୁବପିଢ଼ିଙ୍କୁ ନିଶା ମୁକ୍ତ ଏବଂ କ୍ୟାମ୍ପସ୍ ରେ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦିଆଯିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *