ଭୁବନେଶ୍ୱର : ସାରା ରାଜ୍ୟରେ ଏବେ ଶୀତର ଲହରି। ସନ୍ଧ୍ୟା ଗଡ଼ିଲେ ଏତେ ମାତ୍ରାରେ ଶୀତ ହେଉଛି ଘରୁ ବାହାରିବାକୁ ମନେ ହେଉନି। ଏସବୁ ଭିତରେ କନ୍ଧମାଳ ଜିଲ୍ଲା ର ସ୍ଥିତି ବେଶୀ ସଂଗୀନ। କନ୍ଧମାଳ ଜିଲ୍ଲା ଜି ଉଦୟଗିରି, ଦାରିଙ୍ଗବାଡି, ଓ ଫୁଲବାଣୀରେ। ଦିନକୁ ଦିନ ଶୀତର ଲହରୀ ଅଞ୍ଚଳବାସୀଙ୍କ ପାଇଁ ଅସହ୍ୟ, ଅସମ୍ଭାଳ ହେବାରେ ଲାଗିଛି । ଦାରିଙ୍ଗବାଡି, ବେଲଘର ଅଞ୍ଚଳରେ ତୁଷାରପାତ ହୋଇଥିବା ଜଣା ପଡିଛି। ଦିନ ଓ ରାତିରେ ଶୀତର ଲହରୀ ଅନୁଭବ ହେଉଥିବା ବେଳେ ସନ୍ଧ୍ୟା ନଇଁ ଆସିବା ପରଠାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଅସହ୍ୟ ଜାଡ଼ ଅସ୍ତବ୍ୟସ୍ତ କରିପକାଉଛି ଲୋକଙ୍କୁ। ଶ୍ରମିକ ହୁଅନ୍ତୁ କି ଚାଷୀ ଓ କର୍ମଚାରୀ ସଠିକ ସମୟରେ ନିଜ କାମଧନ୍ଦାରେ ବାହାରିବା ମୁସ୍କିଲ ହୋଇପଡିଛି। ଏବେ ଖରା ଓ ନିଆଁ ଲୋକଙ୍କ ପାଇଁ ଅଧିକା ଜରୁରୀ ହୋଇଛି। କାମଧନ୍ଦା ନଥିଲେ ସକାଳ ସମୟରେ ଲୋକ ଘରୁ ବାହାରୁ ନ ଥିବା ବେଳେ ସନ୍ଧ୍ୟା ହେବାକ୍ଷଣି ରାସ୍ତାଘାଟ, ବଜାର ଜନ ଶୂନ୍ୟ ହୋଇପଡୁଛି। କନ୍ଧମାଳ ଜିଲ୍ଲା ର ଆଭ୍ୟନ୍ତରୀଣ ଅଞ୍ଚଳ ରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ରେ ତାପ ମାତ୍ରା ୩. ୧ଡ଼ିଗ୍ରୀ ଥିବା ଦାରିଙ୍ଗବାଡି ରେ ୬. ୫ ଓ ଫୁଲବାଣୀ ରେ ୫. ୫ ଡ଼ିଗ୍ରୀ ତାପ ମାତ୍ରା ରହିଛି। କିନ୍ତୁ କନ୍ଧମାଳ ଜିଲ୍ଲା କୁ ପ୍ରର୍ଯ୍ୟଟକ ଶୀତର ମଜା ନେବାକୁ ଦୈନିକ ହଜାର ସଂଖ୍ୟାରେ ଓଡିଶା ର କାଶ୍ମୀର ଦାରିଙ୍ଗବାଡିକୁ ଆସୁଛନ୍ତି। ସେହିପରି କନ୍ଧମାଳ ଜିଲ୍ଲା ଜି ଉଦୟଗିରି,ଫୁଲବାଣୀ, ବାଲିଗୁଡା ଅଂଚଳ ରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକ ମାନଙ୍କ ଆଗମନ ହୋଇଛି।
ଶୀତରେ ଥରଥର ଓଡ଼ିଶା ଦାରିଙ୍ଗବାଡି ରେ ତୁଷାରପାତ ଜାରି
