ପ୍ରଧାନଶିକ୍ଷକଙ୍କୁ ବନ୍ଧୁକ ଦେଖାଇଲେ ଛାତ୍ର

କେନ୍ଦ୍ରାପଡ଼ା : ସରକାରୀ ବିଦ୍ୟାଳୟ ର ଜଣେ ଛାତ୍ର ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇଛନ୍ତି । ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଙ୍କ ଏଭଳି ହରକତକୁ ନେଇ ସମସ୍ତେ ଚକିତ । କାଲି ଅପରାହ୍ଣରେ ଛାତ୍ର ଜଣଙ୍କ ଶ୍ରେଣୀଗୃହରେ ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଦେଶୀ ବନ୍ଧୁକ ରଖି ଧମକାଇଛନ୍ତି। ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପିଏମ୍. ଶ୍ରୀ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି। କେବଳ କାଲି ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ଉକ୍ତ ଛାତ୍ର ଜଣଙ୍କ ବନ୍ଧୁକ ଆଣି ଆସିଥିବା ଅଭିଯୋଗ ହୋଇଛି । କାଲିର ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଁଚି ବନ୍ଧୁକ ଜବତ କରିଛି। ଛାତ୍ରଙ୍କୁ ଏବେ ସୁଧାର ଗୃହରେ ରଖାଯାଇଛି। ଛାତ୍ର ଜଣକର କୌଣସି କାରଣ ପାଇଁ ପ୍ରଧାନଶିକ୍ଷକ ନୃସିଂହ ମଲ୍ଲିକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯାହା ପରେ ଛାତ୍ର ଜଣଙ୍କ ବନ୍ଧୁକ ସିଧା ପ୍ରଧାନଶିକ୍ଷକଙ୍କ ମୁଣ୍ଡରେ ଲଗାଇ ଧମକଚମକ ଦେଇଥିଲେ। ବିଦ୍ୟାଳୟରେ ଛାତ୍ରଙ୍କ ହାତରେ ବନ୍ଧୁକକୁ ଦେଖି ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ମଧ୍ୟ ଡରି ଯାଇଥିଲେ। କୁଦାନଗରୀ ଥାନା ପୋଲିସ ଖବର ପାଇ କୋରୁଆ ପିଏମ୍‌. ଶ୍ରୀ ବିଦ୍ୟାଳୟରେ ପହଁଚି ବନ୍ଧୁକକୁ ଜବତ କରିଛି ।

Leave a Reply

Your email address will not be published. Required fields are marked *