କାର ଧକ୍କାରେ ବାଇକ ଆରୋହୀ ଗୁରୁତର

ବାଙ୍କୀ: ବାଙ୍କୀରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ବାଇକ୍‌କୁ ଧକ୍କା ଦେଇଛି ଏକ କାର୍ । ଏହି ଦୁର୍ଘଟଣାରେ ବାଇକ ରେ ଥିବା ଦମ୍ପତ୍ତି ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ଦମ୍ପତ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।ଗୟାଲବାଙ୍କା ଛକ ନିକଟରେ କଟକ -ବାଙ୍କୀ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଦ୍ରୁତଗାତିରେ ଆସୁଥିବା କାର୍‌ଟି ପ୍ରଥମେ ଏକ ଗାଈକୁ ଧକ୍କା ଦେଇଥିଲା ପରେ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ଦମ୍ପତ୍ତି ଗୁରୁତର ଭାବରେ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ଦମ୍ପତ୍ତିଙ୍କୁ ଉଦ୍ଧାର କରି କଟକର ଏସସିବି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାର୍‌କୁ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *