ପୁରୀ: ପୁରୀ ବ୍ରାଉନ ସୁଗାର ବେପାରୀ ଟିକି ଖାଁର ୩ଟି ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି l ଗତ କିଛି ଦିନ ତଳେ ପୁରୀ ପୋଲିସ ପକ୍ଷରୁ ନୀଳଚକ୍ର ନଗର ଅଞ୍ଚଳରେ ଥିବା ନିଶା ମାଫିଆଙ୍କ ବେଆଇନ ୪ ଗୋଟି ଘରକୁ ବୁଲଡୋଜର ଲଗାଇ ଭଙ୍ଗା ଯାଇଥିଲା । ଗତ ଡିସେମ୍ବର ୪ ତାରିଖରେ ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ ୪ଟି ଘର ଭଙ୍ଗା ଯିବା ପରେ ଏବେ ଜୋଇଁ ଟିକି ଖାଁର ୩ଟି ଘରକୁ ଭଙ୍ଗାଯାଇଛି l ପୁରୀରେ ନିଶା କାରବାର ରୋକିବା ନେଇ ଏହି ପଦକ୍ଷେପ ନିଆଯାଇଛି l ସରକାରୀ ଜମି ଜବର ଦଖଲ କରି ନିଶା କାରବାର କରୁଥିବା ପୁରୀ ଅଠର ନଳା ନିକଟ ନୀଳଚକ୍ର ନଗରର ଟିକି ଖାନଙ୍କ ଘର ଭାଙ୍ଗିଛି ପ୍ରଶାସନ ।ଶା କାରବାର ରୋକିବା ନେଇ ଟିକି ଖାଁର ଘର ଉପରେ ବୁଲିଲା ବୁଲଡୋଜର
ନିଶା କାରବାର ରୋକିବା ନେଇ ଟିକି ଖାଁର ଘର ଉପରେ ବୁଲିଲା ବୁଲଡୋଜର
