ଭୁବନେଶ୍ୱର: ବହୁଚର୍ଚ୍ଚିତ ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ହାପି ଧରା ପଡ଼ିଛି । ଗଞ୍ଜାମରୁ ପୋଳିସର ଏକ ସ୍ପେଶାଲ ସ୍କ୍ବାଡ୍ ସତ୍ୟ ପ୍ରକାଶକୁ ଠାବ କରିଛି । ତା’ର ଅନ୍ୟ ୨ ସହଯୋଗୀ ଏବେବି ଫେରାର୍ ଅଛନ୍ତି। ଏନେଇ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।
ଘଟଣା ଘଟିବା ପରେ ହାପି ପ୍ରଥମେ ଖୋର୍ଦ୍ଧାରେ ଆତ୍ମଗୋପନ କରିଥିଲା। ପରେ ଗଞ୍ଜାମ ଚାଲିଯାଇଥିଲା। ହାପିକୁ ଖୋଜି ଖୋଜି ନାକରେ ପାଣି ପିଇଥିଲା ପୋଲିସ। ଶେଷରେ ଗଞ୍ଜାମରେ ଲୁଚିଥିବା ବେଳେ ତାକୁ କାବୁ କରିଛି। ଦୟା ନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା ଏବେ କମିଶନରେଟ୍ ପୋଲିସର ମୁଣ୍ଡ ବ୍ୟଥା ବଢ଼ାଇଛି। ଘଟଣାକୁ ସପ୍ତାହେ ବିତିବା ସତ୍ତ୍ଵେ ଏଯାଏଁ ସବୁ ଅଭିଯୁକ୍ତ ଧରାପଡ଼ି ନାହାଁନ୍ତି। ମାମଲା ରେଡ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି।
