ଭୁବନେଶ୍ୱର : ରାଜ୍ୟରେ ଦିଅଁକୁ ଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବା ବେଳେ ସରକାର କି ପ୍ରସାଶନ କୌଣସି ପୀଡିତାର ଅଭିଯୋଗ କେହି ଶୁଣୁ ନାହାନ୍ତି। ତେବେ ଯେଉଁ ପୀଡିତାଙ୍କ କଥା କେହି ଶୁଣୁ ନାହାନ୍ତି, କଂଗ୍ରେସ ତାର କଥା ଶୁଣିବ। ପାଇଁ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ କରାଯିବା ସହ ଏକ ‘ଆପ’ ଆରମ୍ଭ ହୋଇଛି। ଏହା ସହିତ ଦଶ ଜଣ ଓକିଲ ନିଯୁକ୍ତ କରାଯାଇଛି। ପ୍ରତି ଜିଲ୍ଲାରେ ମଧ୍ୟ ଜଣେ ଓକିଲ ରହିବେ। ପୀଡ଼ିତାଙ୍କୁ ସାହାଯ୍ୟ କରିବ ମହିଳା କଂଗ୍ରେସ ଓ ପିସିସି।
କଂଗ୍ରେସ ଭବନରେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଆରମ୍ଭ ହେବ ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ, ନାରୀଙ୍କୁ ନ୍ୟାୟ ମିଳିବା ନେଇ ଆମେ ପାଞ୍ଚ ମାସ ହେଲା ସଂଗ୍ରାମ କରୁଛୁ। ବାଲେଶ୍ୱର ପୀଡ଼ିତାଙ୍କ ଘଟଣା ବେଳେ ଆମେ ମହିଳା ଅଭିଯୋଗ ପ୍ରତିକାର ପ୍ରକୋଷ୍ଠ ଗଠନ କରିବୁ ବୋଲି ଘୋଷଣା କରିଥିଲୁ। ସେଠି ମହିଳାମାନେ ନାମ କହି କିମ୍ବା ଗୋପନ ରଖି ଅଭିଯୋଗ କରିପାରିବେ। ଏ ତେଣୁ ଆମେ ‘ଆପ’ କରିଛୁ। ‘ଆପ’ ଦ୍ୱାରା ସମ୍ପୂର୍ଣ ସମାଧାନ ନ ହୋଇ ପାରିଲେ ବି ସଂଗ୍ରାମ କରିପାରିବୁ। ଦୀର୍ଘ ଦିନ ଧରି ଏହି ଆନ୍ଦୋଳନ ଜାରି ରହିବ। ମହିଳାଙ୍କ ପାଇଁ ଏହି ‘ଆପ’ ଉତ୍ସର୍ଗୀକୃତ କରାଯାଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ।