ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ୱ ସହାୟକ,୪ ସ୍ଥାନରେ ଚାଲିଛି ରେଡ୍‌

Oplus_131072

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ୱ ସହାୟକ । ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ବରଗଡ ସ୍ଥିତ ବାସଭବନ, ଚାରଭାଟିସ୍ଥିତ ଘର, ବରଗଡସ୍ଥିତ ପୈତୃକ ବାସଭବନ ଓ ସମ୍ବଲପୁର କାର୍ଯ୍ଯାଳୟରେ ଚଢାଉ ଜାରି ରହିଛି । ଚଢ଼ାଉରେ ୨ ଡିଏସ୍‌ପି ଓ ୮ ଇନ୍ସପେକ୍ଟର ସାମିଲ ହୋଇଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *