ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲେ ବିଜେଡି ଓ କଂଗ୍ରେସ

ଭଦ୍ରକ: ଚାନ୍ଦବାଲିରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ କଡା ନିନ୍ଦା କରିଛି ବିଜେଡି । ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ଗୁରୁବାର ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି । ଆସନ୍ତାକାଲି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ଦଳ । ଏହି ଦିନ କଳା ଦିବସ ପାଳନ କରିବ ବିଜେଡି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଚାନ୍ଦବାଲିରେ ଏହି ଘଟଣା ଲଜ୍ଜାଜନକ । ଚୋରା ନିଶା ବେପାର ପାଇଁ ଏତେ ବଡ ଲଜ୍ଜାଜନକ ଘଟଣା ଘଟିଲା । ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ ଘଟଣାକୁ ନିନ୍ଦା କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ସେହିପରି କଂଗ୍ରେସର ବରିଷ୍ଠ ନେତା ଦିଗମ୍ବର ଦାସ ଘଟଣାକୁ ନିନ୍ଦା କରିବା ସହ ପୋଲିସ ପ୍ରଶାସନ ଓ ବିଜେପି ସରକାରଙ୍କୁ ଦାୟୀ କରିଛି । ପୀଡିତା ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ନ୍ୟାୟ ଦାବି କରିଛନ୍ତି । ଏହାସହ ଆସନ୍ତାକାଲି ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଛାନଭିନ ଆରମ୍ଭ କରିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଷ୍କର୍ମ ଘଟଣା ନେଇ ତଦନ୍ତ ଚାଲିଥିବା ଭଦ୍ରକ ଏସ୍ପି ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଚାନ୍ଦବାଲିରେ ଦୋକାନ ବଜାର ବନ୍ଦ ରହିଛି । ବେଆଇନ ମଦ ଦୋକାନ ଓ ନିଶା କାରବାର ହେଉଥିବା ଘର ଭାଙ୍ଗିବା ଦାବିରେ ଉତ୍ତେଜନା ଲାଗି ରହିଛି । ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *