ବିଜେଡିର ୧୫ ସାଙ୍ଗଠନିକ ଜିଲ୍ଲା ପାଇଁ ନଗର ଓ ବ୍ଲକ୍‌ ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ୧୫ଟି ସାଙ୍ଗଠନିକ ଜିଲ୍ଲାର ନଗର ଏବଂ ଏହା ଅନ୍ତର୍ଗତ ବିଭିନ୍ନ ବ୍ଲକ୍‌ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଦଳର ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦେବୀପ୍ରସାଦ ମିଶ୍ରଙ୍କ ଦସ୍ତଖତରେ ଏଭଳି ୧୫ଟି ବିଜ୍ଞପ୍ତି ଜାରି କରାଯାଇଛି। ଗଜପତି, ଜଗତ୍‌ସିଂହପୁର, ଝାଡ଼ସୁଗୁଡ଼ା, କନ୍ଧମାଳ, କୋରାପୁଟ, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ରାଉରକେଲା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼ ଜିଲ୍ଲା ଅଧୀନରେ ଆସୁଥିବା ବିଭିନ୍ନ ବ୍ଲକ୍‌ ଏବଂ ନଗର ଗୁଡ଼ିକ ପାଇଁ ଦଳ ସଭାପତି ଚୟନ କରିଛି।

Leave a Reply

Your email address will not be published. Required fields are marked *