ପ୍ରଥମେ ଗିରଫ ପରେ ଦଳରୁ ବିଦା ହେଲେ ଅମରେଶ

ଭୁବନେଶ୍ବର: ବିଜେଡି କର୍ପୋରେଟର ଅମରେଶ ଜେନା ଯୌନ ନିର୍ଯାତନା ଅଭିଯୋଗରେଗିରଫ ହେବା ସଙ୍ଗେ ସଙ୍ଗେ ଦଳରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ। ଗତକାଲି ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଆଜି ତାଙ୍କୁ ବାଲେଶ୍ବରରୁ ବାନ୍ଧିଛି କମିଶନରେଟ ପୋଲିସ୍ । ଏହାପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ତୁରନ୍ତ ଦଳରୁ ବିଦା କରାଯାଇଛି । ଏନେଇ ବିଜେଡି ପକ୍ଷରୁ ବିବୃତ୍ତି ଜାରି କରାଯାଇ ସୂଚନା ପ୍ରଦାନ କରାଯାଇଛି।

ଅମରେଶଙ୍କ ବିରୋଧରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବାର ସଙ୍ଗୀନ ଅଭିଯୋଗ ଆସିଛି । ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭନଷ୍ଟ କରିବା ସହ ହତ୍ୟା ଧମକ ଦେବା ନେଇ ଲକ୍ଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ କେସ୍‌ ନଂ-୩୯୪ରେ ବିଏନ୍‌ଏସ୍‌ ଦଫା ୬୪(୨)(ଏମ), ୮୯, ୨୯୬, ୩୫୧(୨) ଓ ପୋକ୍‌ସୋ ଆକ୍ଟ-୨୦୧୨ର ଧାରାର ୬ରେ ମାମଲା ରୁଜୁ କରିଛି। ପୋଲିସ ମାମଲା ରୁଜୁ ପରେ ଯୁବତୀଙ୍କ ଡାକ୍ତରୀ ମାଇନା କରାଇବା ସହ ବିଏନ୍‌ଏସ୍‌ଏସ୍‌ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ଼ କରିଛି ।

Leave a Reply

Your email address will not be published. Required fields are marked *