ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଫଳରେ ଗତ ୪ ତାରିଖରୁ ଅଶ୍ଲୀଳ ଓ ବେଟିଙ୍ଗ ଭିଡ଼ିଓ ସବୁ ଅପଲୋଡ଼ ହୋଇଛି।
ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ରିଟ୍ରାଇଭ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି।
ଉଚ୍ଚଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତ୍ଵର ଭାବେ ଗ୍ରହଣ କରିବା ସହ ଏହି ସମ୍ବନ୍ଧୀୟ ଏକ ଏଫ୍ଆଇଆର୍ (FIR) ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କିଏ ହ୍ୟାକର ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି। ସେନେଇ ତଦନ୍ତ ଚାଲିଛି।
ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ : ଏବେ ଯାଏଁ ସ୍ପଷ୍ଟ ହୋଇନି କିଏ ହ୍ୟାକର୍
