ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଉପରେ ଚାଲିଥିବା ଆଲୋଚନାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପହଲଗାମରେ ଆତଙ୍କବାଦୀ ଘଟଣା ପରେ ମଧ୍ୟ ସେ କାହିଁକି ତାଙ୍କ ପଦରୁ ଇସ୍ତଫା ଦେଇ ନାହାଁନ୍ତି ବୋଲି ପଚାରିଛନ୍ତି।
ସେ ଶାହଙ୍କ ଅଭିଯୋଗ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ମାତ୍ର ୪୬ ବର୍ଷରେ ସୋନିଆ ଗାନ୍ଧୀଙ୍କ ସ୍ୱାମୀ ଆତଙ୍କବାଦୀଙ୍କ ଦ୍ୱାରା ସହିଦ ହୋଇଥିଲେ। ୨୦୦୮ ବାଟଲା ହାଉସ୍ ଏନକାଉଣ୍ଟରରେ ନିହତ ବ୍ୟକ୍ତିଙ୍କ ପାଇଁ ମୋ ମାଆଙ୍କ ଆଖିରୁ ଲୁହ ଝରି ପଡିଥିଲା।
ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ “ଆଜି ମୁଁ ଏହି ଗୃହରେ ୨୬ ପରିବାରର ଯନ୍ତ୍ରଣା ବିଷୟରେ କହୁଛି।” ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସେନା ମୁଖ୍ୟ କିମ୍ବା ଗୁପ୍ତଚର ମୁଖ୍ୟ ଇସ୍ତଫା ଦେଇଥିଲେ କି? ଗୃହମନ୍ତ୍ରୀ ଇସ୍ତଫା ଦେଇଥିଲେ କି? ଇସ୍ତଫା ବିଷୟରେ ଭୁଲିଯାଆନ୍ତୁ, ସେ ଏହି ଆକ୍ରମଣର ଦାୟିତ୍ୱ ମଧ୍ୟ ନେଇନଥିଲେ। ଅମିତ ଶାହଙ୍କ ସମୟରେ ମଣିପୁର ଜଳୁଛି, ଦିଲ୍ଲୀ ଦଙ୍ଗା ହେଲା, ପହଲଗାମ ଆକ୍ରମଣ ଘଟିଥିଲା ଏବଂ ଆଜି ବି ମଧ୍ୟ ସେ ଗୃହମନ୍ତ୍ରୀ ଅଛନ୍ତି। ସେ କାହିଁକି ଇସ୍ତଫା ଦେଲେ ନାହିଁ, ଦେଶ ଜାଣିବାକୁ ଚାହୁଁଛି ?