ହିସାବ ମିଳୁନି ୪୦୦୦ ଟନ୍ କୋଇଲାର, ମନ୍ତବ୍ୟ ପାଇଁ ବିବାଦ ଘେରରେ ମନ୍ତ୍ରୀ

ଶିଲଂ : ଏକ କି ଦୁଇ ଟନ ନୁହେଁ ୪୦୦୦ ଟନ୍ କୋଇଲାର ହିସାବ ନମିଳିବା ମେଘାଳୟରେ ଏବେ ଆଲୋଚନାର ବିଷୟ ପାଲଟିଛି । ଏ ସମ୍ପର୍କରେ ମେଘାଳୟ ମନ୍ତ୍ରୀ କିର୍ମେନ୍ ଶାଇଲାଙ୍କ ବୟାନ ଆହୁରି ଆଶ୍ଚର୍ଯ୍ୟ କରିଛି । ନ୍ତ୍ରୀ ସଫେଇ ଦେଇଛନ୍ତି ଯେ କୋଇଲା ନଷ୍ଟ ହେବାର କାରଣ ପ୍ରବଳ ବର୍ଷା । ସେ କହିଛନ୍ତି ଯେ ପ୍ରବଳ ବର୍ଷାରେ କୋଇଲା କାଳେ ଧୋଇ ହୋଇଯାଇଥାଇପାରେ । ଜଣେ ମନ୍ତ୍ରୀ ହିସାବରେ ଏପରି କହିବା ଏବେ ବିବାଦ ତେଜିଛି ।

ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ମନ୍ତ୍ରୀ କହିଛନ୍ତି, ମେଘାଳୟରେ ପ୍ରବଳ ବର୍ଷା ହୋଇଥିଲା । କିଏ ଜାଣେ, ହୁଏତ ପ୍ରବଳ ବର୍ଷାରେ ସମସ୍ତ କୋଇଲା ଭାସି ଯାଇଥିବ? ଏହାର ସମ୍ଭାବନା ବହୁତ ଅଧିକ । ଏଥିସହିତ ସେ ଏହା ବି କହିଛନ୍ତି ଯେ, ମୁଁ କେବଳ ବର୍ଷାକୁ ଦୋଷ ଦେଉନାହିଁ। ଏହା ହୋଇପାରେ କିମ୍ବା ନ ହୋଇପାରେ। ପ୍ରକୃତ କାରଣ କ’ଣ ତାହା କେହି ଜାଣନ୍ତି ନାହିଁ? ହୁଏତ କେହି ଜୀବିକା ପାଇଁ କୋଇଲା ନେଇଥିବେ । ତେବେ ଏହା ବେଆଇନ । କାରଣ କେହି ତାଙ୍କ ରାଜ୍ୟକୁ କ୍ଷତି ପହଞ୍ଚାଇବା ପାଇଁ ଏହା କରିବେ ନାହିଁ । ମନ୍ତ୍ରୀଙ୍କ ଏଭଳି ଅଜବ ଉତ୍ତର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Leave a Reply

Your email address will not be published. Required fields are marked *