ଶ୍ରୀହରିକୋଟା : ପୁଣି ଇତିହାସ ରଚିଲା ଇସ୍ରୋ । ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍କ୍ଷେପଣ ହେଲା ‘ ନିସାର ‘ । ମହାକାଶ ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଲଞ୍ଚ ହେଲା ସାଟେଲାଇଟ୍ ‘ନିସାର’ । ବିଶ୍ବର ସବୁଠାରୁ ଦାମୀ ସାଟେଲାଇଟ୍ ‘ନିସାର’କୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଗଲା । ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଗଲା । ଜିଏସ୍ଏଲଭି-ଏଫ୍୧୬ ରକେଟ୍ ଦ୍ବାରା ସାଟେଲାଇଟ୍ ‘ନିସାର’ର ଉତ୍କ୍ଷେପଣ କରାଗଲା । ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ଏହି ସାଟେଲାଇଟ୍ । ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟିବ ନିସାର ସାଟେଲାଇଟ୍ । ଏହି ମିଶନର ମୋଟ ଖର୍ଚ୍ଚ ପ୍ରାୟ ୧.୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ୧୩,୧୨୦ କୋଟି ଟଙ୍କା। ଏହା ଆଉ ଇସ୍ରୋର ସିନ୍ଥେଟିକ ଆପାର୍ଚର ରାଡାର ସାଟେଲାଇଟ୍, ଯାହା ଅନ୍ତରୀକ୍ଷରୁ ପୃଥିବୀକୁ ମ୍ୟାପିଂ କରିବାରେ ପ୍ରଥମ ରାଡାର ସାଟେଲାଇଟ୍। ଏହା ବିଭିନ୍ନ ପରିବେଶଗତ ଏବଂ ଭୂ – ବୈଜ୍ଞାନିକ ପରିବର୍ତ୍ତନର ନିରୀକ୍ଷଣ କରିବ। ପ୍ରାରମ୍ଭରେ ଏହାକୁ ଲୋ ଆର୍ଥ ଅର୍ବିଟ୍ ରେ ରଖାଯାଇଛି, ଯେଉଁଠାରେ ଏହା ଲଗାତାର ତିନି ବର୍ଷ ଧରି ନିରୀକ୍ଷଣ କରିବ। ଏହି ସାଟେଲାଇଟ୍ ପୃଥିବୀ ଭିତର ପର୍ଯ୍ୟନ୍ତ ମ୍ୟାପ୍ ତିଆରି କରିପାରିବ, ବରଫାଚ୍ଛାଦିତ ପର୍ବତ ଓ ଜଙ୍ଗଲ ବିଷୟରେ ସୂଚନା ଦେଇପାରିବ। ଏହା ବରଫ ଢାଙ୍କିଥିବା ପାହାଡ଼ର ସଠିକ୍ ଅଧ୍ୟୟନ, ଭୂମି ଧସିବା, ଜ୍ଵାଳାମୁଖୀ ଓ ଭୂମିକମ୍ପ ମାମଲାରେ ସହାୟକ ହେବ।
Related Posts
ପୁଣି ଥରେ ଭାରତକୁ ଟାର୍ଗେଟ କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଶୁଳ୍କ ବିବାଦ ଏବଂ ଭାରତ ବିଷୟରେ ବାରମ୍ବାର ବିବାଦୀୟ ବୟାନ ପରେ, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏବେ ନିମ୍ନ ସ୍ତରରେ ପହଞ୍ଚିଛି ।…
ଲୋକସଭାରେ ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ: ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବରେ ରାଜି ହେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭାରତରେ ଦେଖାଦେଇଥିବା ଭୟାବହ ବାୟୁ ପ୍ରଦୂଷଣ ସ୍ଥିତିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସଂସଦ ଅଧିବେଶନ…
ଗୃହକୁ ସମ୍ବୋଧିତ କଲେ ମହାମହିମ ରାଷ୍ଟ୍ରପତି
ଭୁବନେଶ୍ବର: ଓଡ଼ିଶା ବିଧାନସଭା ପାଇଁ ଆଜି ଐତିହାସିକ ମୁହୂର୍ତ୍ତ। ଗୃହକୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୟ ଜଗନ୍ନାଥ କହି ସେ ନିଜର ଅଭିଭାଷଣ ଆରମ୍ଭ…
