ଭୁବନେଶ୍ୱର : ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ତରଙ୍ଗ ସିନେ ପ୍ରୋଡ଼କସନସରେ ପ୍ରଯୋଜିତ ତଥା ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପୁଷ୍କରା’ ମନୋନୀତ ହୋଇଛି । ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଅବଲମ୍ବନରେ ନିର୍ମିତ ଏହି ଚଳଚ୍ଚିତ୍ର ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ ହୋଇ ଓଡ଼ିଶାର ଗ୍ରାମୀଣ ପରମ୍ପରା, ପରିଚୟ ଓ ସାମାଜିକ ଚଳଣିକୁ ତିଆରି ହୋଇଥିଲା।
ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ପ୍ରଶଂସା ପାଇଥିବା ଏହି ସିନେମା ଏବେ ଜାତୀୟ ସ୍ତରରେ ସର୍ବୋଚ୍ଚ ସମ୍ମାନ ପାଇଛି।