ଆମ ବସରେ ଯାତ୍ରା କରିବେ କ୍ରୁଟ୍ ଅଧିକାରୀ

ଭୁବନେଶ୍ବର: ଆମ ବସ୍ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ଥିରୁମାଲା ନାଏକ କ୍ରୁଟ୍‌ର ସମସ୍ତ ସଦସ୍ୟମାନଙ୍କୁ ସପ୍ତାହରେ ଅନ୍ତତଃ ଦୁଇଥର ଆମବସ୍‌ରେ ଯାତ୍ରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରୁଟ୍ ଅଧିକାରୀ ଡ୍ରାଇଭରଙ୍କ ପାଖରେ ବସି ଯାତ୍ରୀଙ୍କ ମତାମତ ନେବେ । ତାମତକୁ ଆଧାର କରି ଯଥାସମ୍ଭବ ସେବାର ଉନ୍ନତୀକରଣ ପାଇଁ କାର୍ଯ୍ୟ କରାଯିବ।

ନ୍ ଥିରୁମାଲା ନାଏକ ଗତକାଲି ନିଜେ କ୍ରୁଟ୍‌ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ରୁଟ୍ ବସରେ କ୍ରୁଟ୍ କାର୍ଯ୍ୟାଳୟରୁ ବାହାରି ୧୦ ନମ୍ବର ରୁଟ୍‌ରେ କିଟ୍ ଛକରୁ ଇନ୍‌ଫୋସିଟି ଏବଂ ୧୩ ନମ୍ବର ରୁଟ୍‌ରେ ଟ୍ରାଇଡ଼େଣ୍ଟ ମହାବିଦ୍ୟାଳୟରୁ କେଶରୀ ଟକିଜ୍ ଯାଏଁ ଯାତ୍ରା କରି ପ୍ରକୃତ ଅବସ୍ଥା ପରଖିଛନ୍ତି । ନିଜେ ଟିକେଟ୍ କାଟି ଆମ ବସ୍‌ରେ ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା ଅନୁଭୂତି ନେଇଛନ୍ତି।

Leave a Reply

Your email address will not be published. Required fields are marked *