ନୂଆଦିଲ୍ଲୀ : ଏକାଠି ହେଲେ ଇଣ୍ଡିଆ ମେଣ୍ଟର ସବୁ ଦଳର ସଦସ୍ୟ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିମନ୍ତ୍ରଣରେ ୨୫ଟି ଦଳର ୫୦ରୁ ଅଧିକ ନେତା ଓ ସାଂସଦ ଏଥିରେ ଯୋଗ ଦେଇଥିଲେ। ଏହି ବୈଠକରେ, ୨୦୨୪ ଲୋକସଭା ନିର୍ବାଚନରେ ଭୋଟ କେଳେଙ୍କାରୀ ଅଭିଯୋଗକୁ ନେଇ ବିରୋଧୀ ମେଣ୍ଟ ନେତାଙ୍କ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । ବୈଠକରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶୁଖୱିନ୍ଦର ସିଂ ଶୁଖୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତା ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ । ଏପରିକି ଅନେକ ସମୟରେ କଂଗ୍ରେସକୁ ସମାଲୋଚନା କରୁଥିବା ଓ ଦୂରେଇ ରହୁଥିବା ମମତା ବାନାର୍ଜୀଙ୍କ ଦଳ ଟିଏମସିର ନେତା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଏସପି, ଆର୍ଜେଡି, ଶିବସେନା, ଡିଏମକେ, ଏନ୍ସିପି ଏବଂ ସିପିଆଇର ନେତାମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । ଏହି ବୈଠକରେ ମୋଦୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତି ହୋଇଛି । ସେପଟେ ଏହି ବୈଠକରେ ରାହୁଲ ଭୋଟ୍ ଚୋରି ପ୍ରସଙ୍ଗ ଉଠାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରିଥିଲେ ।
ଦିଲ୍ଲୀ ନିର୍ବାଚନ ପରଠୁ ବିରୋଧୀ ଇଣ୍ଡିଆ ମେଣ୍ଟର ଏକପ୍ରକାର ଅନ୍ତ ହୋଇଥିବା ଚର୍ଚ୍ଚା ହେଉଥିଲା । ହେଲେ ଭୋଟର ତାଲିକା ସଂଶୋଧନ ପୁଣି ବିରୋଧୀଙ୍କୁ ଏକାଠି କରିଛି । ବିହାରରେ ଏସଆଇଆର ବିରୋଧରେ ଆରଜେଡିର ଆଭିମୁଖ୍ୟକୁ ଆପ ଓ ଟିଏମସିର ସମର୍ଥନ ମିଳିଛି । ରାହୁଲ ଗାନ୍ଧୀ ଲଗାତର ନିର୍ବାଚନ କମିଶନ ଓ ବିଜେପିକୁ ଟାର୍ଗେଟ୍ କରୁଛନ୍ତି । ଭୋଟ ଚୋରିକୁ ନେଇ ବିରୋଧୀ ନେତାଙ୍କ ସହ ଆଲୋଚନା କରିବା ସହ ନିର୍ବାଚନ କମିସନଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ରାହୁଲଙ୍କ ଆହ୍ୱାନ ଦେଇଥିଲେ ।
ରାହୁଲଙ୍କ ରାତ୍ରିଭୋଜନ ପାର୍ଟି : ଏକାଠି ହେଲେ ଇଣ୍ଡିଆ ମେଣ୍ଟର ସବୁ ଦଳର ସଦସ୍ୟ
