ଜଣେ ମାଜିଷ୍ଟ୍ରେଟଙ୍କ ବୃତ୍ତାନ୍ତ

ଗାନ୍ଧୀ ଓଡିଶାରେ ପଦ ଯାତ୍ରା କରୁଥିଲେ। ୧୯୩୪ ଐତିହାସିକ ପଦଯାତ୍ରା ମଇ ମାସ ୨୧ ତାରିଖରେ ଯାତ୍ରାର ଦ୍ୱିତୀୟ ଚରଣ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲା ବୈରୀ ରେଳ ଷ୍ଟେସନରେ ଅବତରଣ କରି ଗାନ୍ଧୀଜୀ ପାଦରେ ଚାଲି ଚାଲି ଆସି ନିର୍ଦ୍ଧାରିତ କଇଥା ଚମ୍ପାପୁର ଗାନ୍ଧୀ ଆଶ୍ରମରେ ପହଞ୍ଚିଲେ। ସେ ଦିନ ଥିଲା ତାଙ୍କର ମୌନ ବ୍ରତ । ଯାତ୍ରା ପରିଚାଳକ ଠକ୍କର ବାପା ଆସିନଥିଲେ। ତାଙ୍କ ସ୍ଥାନ ନେଇଥିଲେ ହରିଜନ ସେବକ ସଂଘର ସହ ସଂପାଦକ ମାଲକନଜୀ। ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ ଥିଲେ ଯାତ୍ରାର ମୁଖ୍ୟ ସଂଗଠକ ରାତିରେ ଗସ୍ତର ଆଗାମୀ ସୂଚୀପତ୍ର ତିଆରି କରାଗଲା। ଦିନକୁ ବାର ମାଇଲ ଓଳିକେ ଛଅ ମାଇଲ ଅତିକ୍ରମ କରିବା ପାଇଁ ଆଲୋଚନା ହେଲା। ଗାନ୍ଧୀଜୀ ଏହା ଶୁଣି ବିରକ୍ତି ପ୍ରକାଶ କରି ଗୋଟିଏ କାଗଜରେ ହିନ୍ଦୀରେ ଲେଖି ଦେଲେ “ଏ ଦେହକୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ନେଇ ଯିବାକୁ ହେବ ତ ? ଜଗି ଜଗି ସୀମା ଭିତରେ ନରହିଲେ ଭାଙ୍ଗି ପଡିବ ତ ? ପୁଣି ଥରେ ଗୋପବନ୍ଧୁ ଚୌଧୁରୀ ଜଣାଇଲେ “ତେବେ ଆଠରୁ ନଅ ମାଇଲ ଅତିକ୍ରମ କରି ପାରିବା ? ମହାତ୍ମା ଗାନ୍ଧୀ ଆଉ ଖଣ୍ଡେ କାଗଜରେ ଲେଖିଦେଲେ “ମାଜିଷ୍ଟ୍ରେଟଙ୍କର ହୁକୁମ ତ ମାନିବାକୁ ପଡିବ”। ଗାନ୍ଧୀଜୀ ତାଙ୍କୁ ଶ୍ରଦ୍ଧାରେ ଅନେକ ଥର ସମ୍ବୋଧନ କରୁଥିଲେ ମାଜିଷ୍ଟ୍ରେଟ।

୧୯୧୪ ମସିହାରେ କଲିକତା ବିଶ୍ୱ ବିଦ୍ୟାଳୟରୁ ଗଣିତ ସ୍ନାତକୋତ୍ତରରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିବା ଯୁବକ ବିବାହ କରି ସାରି ବ୍ରିଟିଶ ଭାରତରେ ପ୍ରଶାସନିକ ପରୀକ୍ଷା ପ୍ରସ୍ତୁତି ପାଇଁ ଇଂଲଣ୍ଡ ଯିବାକୁ ସବୁ ଆୟୋଜନ କରି ଦେଇଥିଲେ। ହଠାତ ବାପା ନାମଜାଦା ଓକିଲ ଗୋକୁଳାନନ୍ଦ ଚୌଧୁରୀଙ୍କର ଦେହାନ୍ତ ବିହାର ଓଡିଶା ସରକାରଙ୍କର ଅଧିନରେ ଡେପୁଟି ମାଜିଷ୍ଟ୍ରେଟ ପାହିଆରେ ଯାଜପୁର ସବ୍ ଡିଭିଜନର ସେକେଣ୍ଡ ଅଫିସର ହୋଇ ଯୋଗଦେଲେ। କରାଳ ବନ୍ୟା ଆସିଲା। ରିଲିଫ କାମରେ ଯାଇ ସେ ବରୀ ବିଞ୍ଝାରପୁର ଅଞ୍ଚଳ ବୁଲି ଲୋକଙ୍କର ଦୁର୍ଦ୍ଦଶା ଆଖିରେ ଦେଖିଲେ। ଉପର ହାକିମ ସତ ରିପୋର୍ଟ ଦେବାକୁ ବାରଣ କରିଥିଲେ। ଗୋପବାବୁଙ୍କର ଗୋଟିଏ ଜିଦ୍ ସେ ମିଛ ରିପୋର୍ଟ ଲେଖିବେ ନାହିଁ। ବରଂ ଚାକିରୀ ଛାଡିଦେବେ। ଆରାମ ଅୟସ ଜୀବନ ତ୍ୟାଗ କରି ଜନତାଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଜୀବନ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇ ଗଲେ । କଟକର ଇଂରେଜ କଲେକ୍ଟର ତାଙ୍କୁ ବହୁତ ବୁଝାଇଲେ । କିଛି ଲାଭ ହେଲା ନାହିଁ । ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ସେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କୁ ସାକ୍ଷାତ କରିଥିଲେ । ସେଠାରେ ଆଚାର୍ଯ୍ୟ ହରିହର ମଧ୍ୟ ଥିଲେ । ଗୋପବାବୁଙ୍କୁ ଉତ୍କଳମଣି କହିଲେ ଆପଣ ଆମ ଭିତରକୁ ଆସନ୍ତୁ କିଛି କରିବା ।

ଏହାର ଉତ୍ତରରେ ଗୋପବାବୁ କହିଲେ ମୁଁ ତ ବାହରିଲି ଯେତେବେଳେ ଯାଏ ନିଜର ପରିବାରକୁ ଏ ସବୁ କରିବା ପାଇଁ ତୟାର କରି ନ ପରିଛି ମୁଁ ଏକୁଟିଆ ଆସିବାର କିଛି ମୂଲ୍ୟ ନାହିଁ । ସେ ତାହା କରିଥିଲେ । ପରିବାରର ସମସ୍ତଙ୍କୁ ଜଣାଇ ୧୯୨୧ ଫେବୃଆରୀ ୨୧ ତାରିଖ ଦିନ ସେ ଦିନ ତାଙ୍କର ବାପାଙ୍କର ଶ୍ରାଦ୍ଧ ଥାଏ । ପିଣ୍ଡ ପକାଇ ସାରି । ଜନ୍ମଦାତ୍ରୀଙ୍କର ଠାରୁ ଅନୁମତି ନେଇ ଇସ୍ତଫା ଦେଇ ଦେଲେ । ସେତ ବେଳକୁ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀ ଆସିବା ସ୍ଥିର ହୋଇ ସାରିଥିଲା । ଗୋପବାବୁ ସେହି ସଭାର ଆୟୋଜନରେ ଲାଗି ପଡିଲେ । ତାଙ୍କର ସାଧାରଣ ଜନତଙ୍କ ପ୍ରତି କର୍ତ୍ତବ୍ୟ ବୋଧ ପାଇଁ ସମସ୍ତେ ଲୋକବନ୍ଧୁ କହିବା ଆରମ୍ଭ କରିଦେଲେ । ଉତ୍କଳ କଂଗ୍ରେସ କମିଟି ଗାନ୍ଧୀଙ୍କର ଅନୁମୋଦନ କ୍ରମେ ଗଠନ କରାଗଲା । ଗୋପବନ୍ଧୁ ଦାଶ ତାର ରାଜ୍ୟ ସଭାପତି ଓ ଗୋପବନ୍ଧୁ ଚୌଧୁରୀ ତାର ରାଜ୍ୟ ସଂପାଦକ ହେଲେ । ଓଡିଶାର କୋଣ ଅନୁକୋଣରେ ଅସହ ଯୋଗ ଆନ୍ଦୋଳନ ପାଇଁ ଯୋଜନା ଯୋଜନା କାର୍ଯ୍ୟକାରୀ ଚାଲିଲା । ବିଦେଶୀ ଲୁଗା ବର୍ଜନ ସହିତ ଅରଟରେ ସୂତା କାଟିବା ଲୁଗା ବୁଣିବା କାମ ସେ ମନପ୍ରାଣ ଦେଇ କରି ଚାଲିଲେ । ୧୯୨୨ରେ କାକିନଡା କଂଗ୍ରେସ ଅଧିବେଶନରେ ଖଦୀ ବିଭାଗ ଆରମ୍ଭ ହୋଇଥିଲା । ଗୋପବାବୁ ତାର ଓଡିଶା ଶାଖାର ସଂପାଦକ ହେଲେ । ନିଜ ଘରେ ତନ୍ତ ପକାଇଲେ ଓ ଲୁଗା ବୁଣିଲେ । ଏହା ସମସ୍ତ ଯୁବକ ବର୍ଗକୁ ପ୍ରେରିତ କରିଥିଲା । ୧୯୨୪ରେ ବେଲ ଗାଁଓ କଂଗ୍ରେସରେ ସ୍ୱରାଜ୍ୟ ବାଦୀମାନଙ୍କୁ ସମର୍ଥନ କରି ପ୍ରସ୍ତାବ ଗୃହୀତ ହେଲା । କଂଗ୍ରେସ ଜନ ନିର୍ବାଚନରେ ଅଂଶ ଗ୍ରହଣ କରିଥରଲେ । ଏରସମାରୁ ଗୋପବାବୁ ଜିଲ୍ଲା ବୋର୍ଡ ପାର୍ଥୀ ହେଲେ । ବିଜୟ ଲାଭ କରି ଜିଲ୍ଲ୍‌ା ବୋର୍ଡ ଚେୟାରମ୍ୟାନ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଅଧିକ ସ୍କୁଲ ଖୋଲିବା, ପିଲାମାନଙ୍କର ହାତରେ ଅରଟ ଦେଇ ସୂତା କଟାଇବା କୂଅ ଖୋଳାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଜିଲ୍ଲ୍‌ା ବୋର୍ଡ କାର୍ଯ୍ୟ କାଳ ପୁରିଗଲା ପରେ ସେ ଗ୬ାମ ସଂଗଠନରେ ମନ ନିବେଶ କରିଥିଲେ । ଅଳକା ଆଶ୍ରମକୁ କେନ୍ଦ୍ର କରି ଖଦୀର ପ୍ରସାର କରିଥିଲେ । ୧୯୨୮ରେ ତାଙ୍କର ଗୁରୁ ମାର୍ଗ ଦର୍ଶକ ଉତ୍କଳ ମଣିଙ୍କର ଦେହାନ୍ତ ହୋଇଥରଲା । ପୂର୍ଣ୍ଣ ସ୍ୱରାଜ୍ୟ ଘୋଷଣା ଅନୁସାରେ ସେ ୧୯୩୦ ଜାନୁଆରୀ ୨୬ ତାରିଖରେ ଜାତୀୟ ପତକା ଉଡାଇ ଥିଲେ । ଲବଣ ସତ୍ୟାଗ୍ରହ ଆରମ୍ଭ ହେଲା । ୧୯୩୦ ମାର୍ଚ୍ଚ ୨୦ତାରିଖ ଦିନ ଏଥିପାଇଁ ଗୋପବାବୁଙ୍କର ନେତୃତ୍ୱରେ କାଠେଯାଡି ପଠାରେ ବିରାଟ ସାଧାରଣ ସଭା ହୋଇଥିଲା । ଏପ୍ରିଲ ୬ ତାରିଖ ଦିନ ତାଙ୍କର ନେତୃତ୍ୱରେ ୨୦ ଜଣ ସତ୍ୟାଗ୍ରହୀ ଇଞ୍ଚୁଡି ଅଭିମୁଖେ ଲୁଣ ମାରିବାକୁ ବାହାରିଲେ ।

ଏପ୍ରିଲ ୮ ତାରିଖରେ କୁଶୁନପୁର ଟାରେ ଗିରଫ କରିଥିଲା । ଅବଶ୍ୟ ଆଚାର୍ଯ୍ୟ ହରିହରଙ୍କର ନେତୃତ୍ୱରେ ଲବଣ ସତ୍ୟାଗ୍ରହ ସମାପନ ହୋଇଥିଲା । ଗାନ୍ଧୀ ଇରଓ୍ୟିନ ଚୁକ୍ତି ସ୍ୱାକ୍ଷର ହେଲା । ସମସ୍ତ ବନ୍ଦୀ ମୁକ୍ତ ହେଲେ । ଗୋପବାବୁ ମୁକ୍ତ ହେଲେ । ଓଡିଶାରେ କଂଗ୍ରେସ ସମ୍ମିଳନୀ ପାଇଁ ଯୋଜନା ଆରମ୍ଭ ହେଲା । ଗାନ୍ଧୀ ୧୯୩୨ ଜାନୁଆରୀ ୪ ତାରିଖରେ ଗିରଫ ହେଲେ । ଏହା ପରେ ଗୋପବାବୁ ଗିରଫ ହେଲେ । ଇତି ମଧ୍ୟରେ ଗୋପବାବୁଙ୍କ ତ୍ୟାଗ ଓ ମଣିଷ ପଣିଆ ଅନୁଭବ କରି ସମଗ୍ର ଯୁବ ସ୍ୱାଧିନତା ସଂଗ୍ରାମୀ ତାଙ୍କୁ ବାପା ବୋଲିବା ଆରମ୍ଭ କରି ଦେଇଥରଲେ । ସମସ୍ତଙ୍କର ହୃଦୟରେ ସେ ହୋଇ ଯାଇଥିଲେ ଓଡିଶାର ଗାନ୍ଧୀ । ଇଂରେଜ ହରିଜନ ଓ ସବର୍ଣ୍ଣମାନଙ୍କର ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ଗାନ୍ଧିଜୀ ଏହି ଷଡଯନ୍ତ୍ରକୁ ପଣ୍ଡ କରି ଭାରତର ଏକତା ରକ୍ଷା କରିବାକୁ ଓ ହିନ୍ଦୁ ଧର୍ମ ମଧ୍‌ୟରେ

ମାନବିକତାକୁ ସଚେତନ କରିବାକୁ ହରିଜନ ଯାତ୍ରା ଆରମ୍ଭ କରିଥିଲେ । ଓଡିଶାରେ ତାହା ପଦଯାତ୍ରା ରୂପ ନେଲା । ଗୋପବନ୍ଧୁ ଚୌଧୁରୀଙ୍କର ଅକ୍ଳାନ୍ତ ପରିଶ୍ରମ ଏହାକୁ ସବୁ ଦୃଷ୍ଟିରୁ ସଫଳ କରାଇଥିଲା । ବରୀ ଅଞ୍ଚଳରେ ଉପଯୁକ୍ତ ରଚନାତ୍ମକ କାର୍ଯ୍ୟ କରାଗଲେ ସେଠାରେ ପ୍ରତି ପାଦରେ ସୁନା ଝରିବ ବୋଲି ଗାନ୍ଧିଜୀ ତାଙ୍କୁ କହିଗଲେ । ସେଇ ବର୍ଷ ବରୀ ଠାରେ ଏକ ଆଶ୍ରମ କରି ସପରିବାରେ ସେ ରଚନାତ୍ମକ କାର୍ଯ୍ୟ ଆରମ୍ଭ କରିଥିଲେ । ରାଜନୈତିକ ସ୍ୱାଧିନତା ତୁଳନାରେ ସାମାଜିକ ଜାଗରଣ ଓ ଅର୍ଥନୈତିକ ବିପ୍ଳବ ଉପରେ ଗାନ୍ଧୀ ଅଧିକ ଗୁରୁତ୍ୱ ଦେଉଥିଲେ । ସେ ଜାଣିଥିଲେ ସ୍ୱାବଲମ୍ବୀ ମଣିଷ ଓ ସହନଶୀଳ ସମାଜ କେବେ ପରାଧିନ ହୋଇ ପାରିବ ନାହିଁ । ତାଙ୍କର ପ୍ରେରଣାରେ ବରୀ ସେବାଘର ରେ ଗୋପବାବୁ ରାଜନୈତିକ ଚେତନ ବଢାଇବା ସହିତ ଉନ୍ନତ ଚାଷ ପ୍ରଣାଳୀ, ଗୋପାଳନ, ମହୁମାଛି ଛାଷ,ସୂତାକଟା, ଲୁଗାବିଣା, ଖଜୁରୀ ଗୁଡ ତିଆରି ,ଚମଡା କାମ, ପରିତ୍ୟକ୍ତ ସାମଗ୍ରୀରେ ଖତ ଇତ୍ୟାଦି ତାଲିମ ଦେଲେ । ଜାତି ପ୍ରଥା ବିରୁଦ୍ଧରେ ମାନସିକତା ସୃଷ୍ଟି କରିବା ପାଇଁ ମାର୍ଗ ପ୍ରଦର୍ଶନ କରିଲେ । ଏଇଠାରୁ ତାଲିମ ଓ ପ୍ରେରଣା ନେଇ ନାରୀ ପୁରୁଷ କର୍ମିମାନେ ସାରା ଓଡିଶାରେ ବିଭିନ୍ନ ସ୍ଥାନରେ କର୍ମ କ୍ଷେତ୍ର କରି ଗାନ୍ଧୀ ବିଚାରକୁ ଜନତାଙ୍କର ନିକଟରେ ପହଁଚାଇ କାର୍ଯ୍ୟକାରୀ କରାଇଥିଲେ ।

୧୯୪୨ ଭାରତ ଛାଡ ଆନ୍ଦୋଳନରେ ବରୀ ଆଶ୍ରମର ଶିଷ୍ୟଗଣଙ୍କର ଅବଦାନ ଉଲ୍ଲେଖନୀୟ ଥିଲା । ଗୋପବାବୁ ବନ୍ଦୀ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ । ୧୯୪୪ରେ ଖଲାସ ହେଲେ । ପୁଣି ୩ମାସ ଜେଲ ଦଣ୍ଡ ଭୋଗି ୧୯୪୫ରେ ଖଲାସ ହୋଇଥିଲେ । ଦେଶ ସ୍ୱାଧିନ ହେବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । ଏଣୁ ସେ ବାକି ଥିବା ରଚନାତ୍ମକ କାର୍ଯ୍ୟ ବରୀକୁ ଆସି ଆରମ୍ଭ କରିଥିଲେ । ଗାନ୍ଧିଜୀଙ୍କର ହତ୍ୟା ତାଙ୍କ ପାଇଁ ଦାରୁଣ ଦୁଃଖ ଥିଲା । କଳ୍ପନାକୁ କାର୍ଯ୍ୟକାରୀ କରିବା ପାଇଁ ସର୍ବୋଦୟ ସମାଜ ଗଠନ କରାଗଲା । ବିନୋବା ଓ ଜୟପ୍ରକାଶ ତାର ନେତୃତ୍ୱ ନେଇଥିଲେ । ପରେ ଭୂଦାନ ଓ ଗ୍ରାମଦାନ ହେଲା । ଗୋପବନ୍ଧୁ ଚୌଧୁରୀ ସେ ଆନ୍ଦୋଳନକୁ ଓଡିଶାରେ ସଫଳ କରାଇ ପାରିଥିଲେ । ପରିଣାମ ସ୍ୱରୂପ ଆଜି ଲକ୍ଷ ଲକ୍ଷ ଭୂମିହୀନ ଚାଷି ହୋଇପାରିଛନ୍ତି । ସେମାନଙ୍କର ଆର୍ôଥକ ସମୃଦ୍ଧି ହୋଇଛି । ୧୮୯୫ ମଇ ମାସରେ ସେ ଜନ୍ମ ନେଇଥିଲେ ଓ ୧୯୫୯ ଏପ୍ରିଲ ୨୯ ତାରିଖରେ ଦେହ ତ୍ୟାଗ କରିଥିଲେ । ସେ ଥିଲେ ଲୋକ ବନ୍ଧୁ ଆଉ ଧୂଳିମାଟିର ସନ୍ଥ । ଇତିହାସ ସର୍ବଦା ତାଙ୍କ ପରି ଦେବ ଦୁର୍ଲଭ ମାନବଙ୍କର ଅପେକ୍ଷାରେ ଥିବ।

ମିହିର ପ୍ରତାପ ଦାସ
ସଭାପତି, ଉତ୍କଳ ସର୍ବୋଦୟ ମଣ୍ଡଳ

Leave a Reply

Your email address will not be published. Required fields are marked *