ଭୁବନେଶ୍ବର : ଭୁବନେଶ୍ବର ଏମ୍ସରେ ସିବିଆଇର ଚଢ଼ାଉ । ନିଯୁକ୍ତି ଜାଲିଆତି ନେଇ ସିବିଆଇର ଚଢ଼ାଉ ହୋଇଥିବା ନେଇ ସୂଚନା ମିଳିଛି। ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏମ୍ସ ଭୁବନେଶ୍ବର ସମେତ ରାଜଧାନୀ ଭୁବନେଶ୍ବରର ଏକାଧିକ ସ୍ଥାନରେ ଚଢ଼ଉ କରିଛି।
ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ନେଇ ସିବିଆଇ ପକ୍ଷରୁ ଏହି ଚଢ଼ଉ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସିବିଆଇର ଏହି ଚଢ଼ଉ ଅଭିଯାନରେ ଭୁବନେଶ୍ବରର କଳ୍ପନା ସ୍ଥିତ ଏକ ଫ୍ଲାଟ୍, ଓ ଜଗତସିଂହପୁର ଜିଲ୍ଲା ମଧ୍ୟ ସାମିଲ ରହିଛି। ଏହି ଚଢ଼ାଉ କରି ବିପୁଳ କାଗଜପତ୍ର ଜବତ କରିଛି ସିବିଆଇ ଟିମ୍ ।
ଭୁବନେଶ୍ଵର ଏମ୍ସରେ ସିବିଆଇ ଚଢ଼ାଉ
