ରାଉରକେଲା: ସ୍ୱାଧୀନତା ଦିବସ ଅବସରରେ ଚାଇବାସାରେ ପୋଲିସ ଏବଂ ସୁରକ୍ଷାବାହିନୀକୁ ମାଓବାଦୀଙ୍କ ବିରୋଧରେ ବଡ଼ ସଫଳତା ମିଳିଛି। ରାଉରକେଲା ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ୪ଟି ଏସଏଲଆର ରାଇଫଲ ପୂର୍ବରୁ ପୋଲିସଠାରୁ ନକ୍ସଲବାଦୀମାନେ ଲୁଟି ନେଇଥିଲେ। ତାହା ବର୍ତ୍ତମାନ ଜବତ କରିଛି ସୁରକ୍ଷା ବାହିନୀ। ଚାଇବାସା ପୋଲିସ ଏବଂ କୋବ୍ରା ବାଟାଲିୟନ ପକ୍ଷରୁ ଅପରେସନ କରାଯାଇଛି।
ଚାଇବସା ଗୋଏଲକେରା ଥାନା ସରଣ୍ଡା ଜଙ୍ଗଲରୁ ସର୍ଚ୍ଚ ଅପରେସନ୍ରେ ୪ଟି ଏସଏଲଆର ରାଇଫଲ, ୫୨୭ କାରତୁସ, ଡେଟୋନେଟର ସହ ଏସ୍ଏଲ୍ଆର ଏବଂ ଏଲ୍ଏମ୍ଜିରେ ବ୍ୟବହାର ହେଉଥିବା ୧୦ ଟି ମାରାଜିନ ଏବଂ ନକ୍ସଲବାଦୀଙ୍କ ଦୈନନ୍ଦିନ ବ୍ୟବହାରର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
