ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି ପରେ ଏହି ଘୋଷଣା କରାଯାଇଛି । ଇଣ୍ଡି ମେଣ୍ଟ ମଙ୍ଗଳବାର ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ନିଜର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଛି ।
ଏନେଇ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଇଣ୍ଡି ମେଣ୍ଟ ସହଯୋଗୀଙ୍କ ସହ ଏକ ବୈଠକରେ ଉପରାଷ୍ଟ୍ରପତି ପଦ ପାଇଁ ବି ସୁଦର୍ଶନ ରେଡ୍ଡିଙ୍କ ନାମ ଘୋଷଣା କରିଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ବି. ସୁଦର୍ଶନ ରେଡ୍ଡୀ ଭାରତର ସବୁଠାରୁ ପ୍ରତିଷ୍ଠିତ ଏବଂ ପ୍ରଗତିଶୀଳ ଆଇନବିତଙ୍କ ମଧ୍ୟରୁ ଜଣେ। ତାଙ୍କର ଏକ ଲମ୍ବା ଏବଂ ପ୍ରତିଷ୍ଠିତ ଆଇନଗତ କ୍ୟାରିଅର ରହିଛି, ଯେଉଁଥିରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ବିଚାରପତି, ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ସୁପ୍ରିମକୋର୍ଟର ବିଚାରପତି ଭାବରେ କାର୍ଯ୍ୟ କରିଛନ୍ତି । ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଭାବେ ସୁଦର୍ଶନ ରେଡ୍ଡୀଙ୍କ ନାମ ଘୋଷଣା ହେବା ପରେ, ଉପରାଷ୍ଟ୍ରପତି ପଦ ପାଇଁ ଏବେ ପ୍ରତିଦ୍ୱନ୍ଦ୍ୱିତା ସ୍ଥିର ହୋଇଯାଇଛି । ଏବେ ୯ ସେପ୍ଟେମ୍ବରରେ ରାଧାକୃଷ୍ଣନ ସୁଦର୍ଶନ ରେଡ୍ଡୀ ମୁହାଁମୁହିଁ ହେବେ ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳକୁ ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ, ଇଣ୍ଡି ମେଣ୍ଟ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି । ଯାହା ଉପରାଷ୍ଟ୍ରପତି ଚୟନରେ ବିରୋଧୀଙ୍କ କଡ଼ା ଆଭିମୁଖ୍ୟକୁ ପ୍ରକାଶ କରିଛି ।
