ଭୁବନେଶ୍ବର: ସୁସ୍ଥ ହୋଇ ମେଡିକାଲ୍ ରୁ ଡିସ୍ଚାର୍ଜ ହେଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିହାଇଡ୍ରେସନ ହେତୁ ଗତ ରବିବାର ସନ୍ଧ୍ୟାରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ। ଗତକାଲି ଘରୋଇ ମେଡ଼ିକାଲ୍ରୁ ସିଧା ନବୀନ ନିବାସ ଯାଇଛନ୍ତି ନବୀନ । ମେଡିକାଲ୍ ରୁ ଫେରିବା ପରେ ନବୀନ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ‘ମୁଁ ଭଲ ଅଛି । ମୁଁ ଅସୁସ୍ଥ ଥିବାବେଳେ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ ସମସ୍ତଙ୍କୁ ଧନ୍ୟବାଦ। ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ ଭଲ ଅଛି। ସୂଚନା ଅନୁଯାୟୀ, ନବୀନଙ୍କୁ କିଛି ଦିନ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ସୁସ୍ଥ ହୋଇ ଡିସ୍ଚାର୍ଜ ହେଲେ ନବୀନ ପଟ୍ଟନାୟକ
