ଭୁବନେଶ୍ବର: ଓଡ଼ିଶାରେ ଖୁବ୍ଶୀଘ୍ର ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି ପ୍ରଚଳନ କରାଯିବ । କମ୍ ସମୟରେ, କମ୍ ଭଡ଼ାରେ ହେଲିକପ୍ଟରରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ବୁଲିବେ ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଏବଂ ପରିବହନ ସଚିବ ଉଷା ପାଢୀ।
ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଶ୍ରୀମତୀ ପାଢୀ କହିଛନ୍ତି ଯେ, ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା କିପରି ଆଗକୁ ବଢ଼ିପାରିବ ସେ ବିଷୟରେ ଭାରତ ସରକାରଙ୍କ ସହିତ ଆଲୋଚନା ହୋଇଛି। ଓଡ଼ିଶାରେ ମଧ୍ୟ ସି-ପ୍ଲେନ୍ ପ୍ରଚଳନ କରାଯିବ, କାରଣ ଏଥିରେ ସମ୍ଭାବନା ରହିଛି । ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶର ୨ଟି ରୁଟରେ ସିପ୍ଲେନ ସେବା ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଚାର କରୁଛି । ଅକ୍ଟୋବର ସୁଦ୍ଧା ଆଣ୍ଡାମାନ ଏବଂ ନିକୋବର, କେରଳ କିମ୍ବା ଆନ୍ଧ୍ର ପ୍ରଦେଶ ନେଟୱାର୍କରେ ସିପ୍ଲେନ୍ ଚଳାଚଳ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଓଡ଼ିଶାର ଏୟାର କନେକ୍ଟିଭିଟି ବୃଦ୍ଧି ପାଇଁ ୨୨ଟି ଅଚଳ ଏୟାରଷ୍ଟ୍ରିପକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।
ଖୁବ୍ଶୀଘ୍ର ପ୍ରଚଳନ ହେବ ସି-ପ୍ଲେନ୍ ଏବଂ ହେଲି ଟ୍ୟାକ୍ସି
