ପାଟନା : ପ୍ରଥମ ଥର ପାଇଁ ବିହାର ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ମିଥିଳାଞ୍ଚଳ ବେଲଟରେ ଯାତ୍ରା କରିବା ସହ ମହାଗଠବନ୍ଧନ ସପକ୍ଷରେ ଉଦ୍ୟମ କରିଛନ୍ତି ପ୍ରିୟଙ୍କା। ଯାତ୍ରା ସମୟରେ ଫୋକସରେ ରହିଛନ୍ତି ମହିଳା ଭୋଟର। ତେବେ ପ୍ରଶ୍ନ ଉଠୁଛି, ପ୍ରିୟଙ୍କାଙ୍କ ଯାତ୍ରା କେତେ ଲାଭ ଦେବ?
ବିଜେପି ଓ ଜେଡିୟୁର ରାଜନୈତିକ ଦବଦବା ରହିଥିବା ବେଳେ ଏନଡିଏର ମଜବୁତ ଗଡ଼ରେ ଯାତ୍ରା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ପ୍ରିୟଙ୍କାଙ୍କ ଯାତ୍ରାର ରୋଡମ୍ୟାପ ରଣନୈତିକ ଭାବେ ସ୍ଥିର କରିଛି କଂଗ୍ରେସ।
