ପୁଣି ବାଦଲଫଟା ବର୍ଷା; କ୍ଷୟକ୍ଷତି ସହ ୮ରୁ ଉର୍ଦ୍ଦ୍ୱ ନିଖୋଜ

ଡେରାଡୁନ : ଉତ୍ତରାଖଣ୍ଡରେ ପୁଣି ଥରେତାଣ୍ଡ ରଚିଛି ପ୍ରକୃତି । ରୁଦ୍ରପ୍ରୟାଗ ଏବଂ ଚମୋଲିରେ ବାଦଲଫଟା ବର୍ଷା ଯୋଗୁଁ ପ୍ରବଳ କ୍ଷୟକ୍ଷତିର ଖବର ଆସିଛି। କିଛି ପରିବାର ଭଗ୍ନାବଶେଷ ତଳେ ଫସି ରହିଥିବା ସୂଚନା ମିଳିଥିବା ବେଳେ ଚମୋଲିରେ ଦୁଇଜଣ ନିଖୋଜ ଥିବା ଜଣାପଡ଼ିଛି।

ଜିଲ୍ଲା ପ୍ରଶାସନ ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚଳାଇଛି। ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଏନଡିଆରଏଫ, ଏସଡିଆରଏଫ, ପୋଲିସ ଏବଂ ରାଜସ୍ୱ ବିଭାଗର ଦଳ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ବିପର୍ଯ୍ୟୟରେ ଜଣେ ମହିଳାଙ୍କ ମୃତ୍ୟୁ ହେବ ସହ ୮ ଜଣ ନିଖୋଜ ଅଛନ୍ତି।

Leave a Reply

Your email address will not be published. Required fields are marked *