ନୂଆଦିଲ୍ଲୀ: ବିହାରର ଦରଭଙ୍ଗାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ସମୟରେ ବୟାନକୁ ନେଇ ବଡ଼ ବିବାଦ ସାମନାକୁ ଆସିଛି । ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏହାପରେ ରାଜନୈତିକ ମାହୋଲ ସରଗରମ ହୋଇଛି। ରାହୁଲଙ୍କୁ ଜୋରଦାର ଟାର୍ଗେଟ୍ କରିଛି ବିଜେପି । ପୂର୍ବରୁ ମଧ୍ୟ ଅନେକ ଥର ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି ।
ରାହୁଲ ତାଙ୍କ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ ଚୋର କହିବା ସହ ଗୁଜରାଟକୁ ବିକାଶର ମଡେଲ୍ ନୁହେଁ ବରଂ ଭୋଟ୍ ଚୋରିର ମଡେଲ୍ ବୋଲି କହିଛନ୍ତି । ସେପଟେ ଭୋଟର ଅଧିକାର ଯାତ୍ରା ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହିବାକୁ ନେଇ ବିଜେପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛି। ରାହୁଲ ଯେଉଁଭଳି ଘୃଣାର ରାଜନୀତି ଆରମ୍ଭ କରିଛନ୍ତି ତାକୁ ନିନ୍ଦା କରିଥିବା ଅମିତ ଶାହା କହିଛନ୍ତି । ଘଟଣାକୁ ନେଇ ବିଜେପିକୁ ପାଲଟା ପ୍ରଶ୍ନ କରିଛି କଂଗ୍ରେସ । ସୋସିଆଲ ମିଡ଼ିଆରେ ମିଛ ଭିଡିଓ ପ୍ରଚାର କରିବା ସହ ଭୋଟ ଅଧିକଳାର ରାଲିରୁ ଜନତାଙ୍କ ଧ୍ୟାନ ହଟାଇବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ କରିଛି ।
ରାହୁଲଙ୍କ ଭୋଟ ଚୋରି ଅଭିଯାନରେ ବିବ୍ରତ ବିଜେପି, ଆପତ୍ତିଜନକ ଶବ୍ଦ ବ୍ୟବହାରର ଅପପ୍ରଚାର
