ପୁରୀ: ଛତିଶା ନିଯୋଗ ବୈଠକରେ ଆସନ୍ତା ୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ ନେଇ ନୀତି ନିର୍ଘଣ୍ଟ ହୋଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ୭ ତାରିଖ ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଏହା ପରେ ୧୨ଟା ୫୭ରୁ ପାକ ତ୍ୟାଗ କରାଯିବ। କୌଣସି ଦେବ ନୀତି କରାଯିବ ନାହିଁ।
ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ ମିନିଟ୍ ରେ ହେବାକୁ ଥିବାବେଳେ ସର୍ବମୋକ୍ଷ ରାତି ୧ଟା ୨୭ ମିନିଟ୍ ରେ ହେବ।
ଏହାପରେ ରାତି ୨ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସେହିପରି ୨ଟା ୪୦ ମିନିଟ୍ ରେ ମଙ୍ଗଳ ଆରତୀ କରାଯିବ। ଛତିଶା ନିଯୋଗ ବୈଠକରେ ଆସନ୍ତା ୧୫ ତାରିଖ ଠାରୁ ନାଟମଣ୍ଡପ ଠାରୁ ଧାଡ଼ି ଦର୍ଶନ ନେଇ ମଧ୍ୟ ଆଲୋଚନା ହୋଇଛି। ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯିବ।
ଆସନ୍ତା ୭ ତାରିଖରେ ଚଳିତ ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଏହା ଭାରତ ସମେତ ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆମେରିକା, ଫିଜିରେ ଦେଖାଯିବ। ଏହି ଚନ୍ଦ୍ରଗ୍ରହଣ ଲାଲ ରଙ୍ଗର ହେବାକୁ ଥିବାବେଳେ ଏହାକୁ ବ୍ଲଡ୍ ମୁନ୍ ବୋଲି କୁହାଯାଏ ।
ଛତିଶା ନିଯୋଗ ବୈଠକ : ଚନ୍ଦ୍ରଗ୍ରହଣ ପାଇଁ ଜାରି ହେଲା ନୀତି ନିର୍ଘଣ୍ଟ
