କଂଗ୍ରେସ ମୁହାଁ ହେଲେଣି ବିଜେଡି ନେତା ଭୂପିନ୍ଦର ସିଂ

ଭୁବନେଶ୍ୱର : କଂଗ୍ରେସ ମୁହାଁ ହେଲେଣି ବିଜେଡି ନେତା ଭୂପିନ୍ଦର ସିଂ। ବରିଷ୍ଠ ନେତାଙ୍କ ମୁହଁରେ କଂଗ୍ରେସର ପ୍ରଶଂସା । ବିଜେଡି ଛାଡ଼ିବା ନେଇ ବଡ ସଂକେତ ଦେଉଛନ୍ତି ଭୂପିନ୍ଦର ସିଂ।ତାଙ୍କ ମତରେ ଲୋକେ ହିଁ ଶ୍ରେଷ୍ଠ ଦଳ ।

ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ ଛିଡ଼ା ହେବି ଭୋଟ୍‌ ଦେବେ । କଂଗ୍ରେସ ଦେଶରେ ଓ ରାଜ୍ୟରେ ବଢିବାରେ ଲାଗିଛି । ବିଜେଡି ଠିକ୍‌ ଭାବେ ମୁଖ୍ୟ ବିରୋଧୀଦଳର ଭୂମିକା ନ ନେଲେ କଂଗ୍ରେସ ବଢ଼ିବ । ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ । ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି । ଲୋକେ ବିରୋଧୀଦଳଠୁ ଯାହା ଆଶା କରୁଛନ୍ତି ତାହା ବିଜେଡିଠୁ ପାଉ ନାହାଁନ୍ତି ବୋଲି ଶ୍ରୀ ସିଂ କହିଛନ୍ତି ।

Leave a Reply

Your email address will not be published. Required fields are marked *