ପୁଣିଥରେ ବାର୍ଡ ଫ୍ଲୁ ଆଶଙ୍କା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମଖି ଅଞ୍ଚଳରେ ଦେଖିବାକୁ ମିଳିଛି କୁକୁଡ଼ା ମଡ଼କ। ଏକ ଫାର୍ମରେ ଗତକାଲି ରାତିରେ ୩୦୦ରୁ ଅଧିକ କୁକୁଡ଼ା ମରିଯାଇଛନ୍ତି। କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ଏହାକୁ ବାର୍ଡ ଫ୍ଲୁ ବୋଲି ଆଶଙ୍କା କରାଯାଉଛି।
ଫାର୍ମ ମାଲିକ ଏନେଇ ପ୍ରାଣୀ ବିଭାଗ ଅଧିକାରୀଙ୍କୁ ଅବଗତ କରିଛନ୍ତି। ବିଭାଗୀୟ ଅଧିକାରୀ ନମୁନା ସଂଗ୍ରହ କରିବା ପରେ ଏହାର କାରଣ ଜଣାପଡ଼ିବ। ଏତେ ପରିମାଣ କୁକୁଡ଼ା ମରିବା ଫଳରେ ଚାଷୀ ଜଣକ ହତାଶ ହୋଇ ପଡିଛନ୍ତି। ପାଖାପାଖି ଏକ ଲକ୍ଷ ଟଙ୍କାର କ୍ଷତି ହୋଇଛି ବୋଲି ସେ କହିଛନ୍ତି। ଅନ୍ୟ ପଟରେ କେବଳ ମଖି ଅଞ୍ଚଳ ନୁହଁ ବିଭିନ୍ନ ସ୍ଥାନମାନଙ୍କରେ ଏମିତି କୁକୁଡ଼ା ମଡ଼କ ହେଉଥିବା କୁହାଯାଉଛି। ଏହାକୁ ବାର୍ଡ ଫ୍ଲୁ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *