ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ବର୍ତ୍ତମାନ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱର ଏମ୍ସ ପକ୍ଷରୁ ସେ କୋମାରେ ଥିବା ନେଇ ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ। ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ ମଜୁମଦାର। ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇଯିବାରୁ ତାଙ୍କୁ ଆଜି ଭୁବନେଶ୍ୱର ଏମ୍‌ସ୍ କୁ ସ୍ଥାନାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *