ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ ଆରମ୍ଭ

ପୁରୀ : ଆସନ୍ତା ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ । ହବିଷ୍ଯାଳୀଙ୍କ ସମସ୍ତ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥାକୁ । ସୁଚାରୁ ରୂପେ ପରିଚାଳନା ପାଇଁ ପୁରୀ ସର୍କିଟ୍ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଗୋଟିଏ ମାସ ଧରି ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରରେ ରହିବାକୁ ଆସୁଥିବାରୁ ସେମାନଙ୍କ ସମସ୍ତ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଏଥିପାଇଁ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ କରାଯିବ।

ହବିଷ୍ୟାଳୀମାନଙ୍କର ରକ୍ଷିତ ରହଣି, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା ସହ ଚିକିତ୍ସା, ପରିମଳ, ପାନୀୟ ଜଳ, ସ୍ୱଛାସେବୀ ସହଯୋଗର ମଧ୍ୟ ବ୍ୟବସ୍ଥା କରାଯିବ।

Leave a Reply

Your email address will not be published. Required fields are marked *