ଭୁବନେଶ୍ବର: ସାଇବର ଠକକୁ ବିହାରରୁ ଡାକି ଅପହରଣ କରିବା ସହ ୨୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୁଲିସ୍ । ଅଭିଯୁକ୍ତ ମାନଙ୍କ ନିକଟରୁ ମୋବାଇଲ, ଛୁରୀ, ୩ଟି ଆକାଉଣ୍ଟ ଜବତ କରିଛି ଚନ୍ଦକା ଥାନା ପୁଲିସ୍ ।
ସାଇବର ଠକମାନଙ୍କ ପକ୍ଷରୁ ୩ ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରିଛି ପୁଲିସ୍ । ଗୋଟେ ଆକାଉଣ୍ଟରେ ୧.୫ କୋଟି, ଆଉ ଗୋଟେରେ ୩ କୋଟି ଓ ଅନ୍ୟ ଏକ ଆକାଉଣ୍ଟ ରେ ୫ କୋଟି ଟଙ୍କା ନେଣଦେଣ ବେଳେ ସମସ୍ତ ଆକାଉଣ୍ଟକୁ ସିଜ୍ କରାଯାଇଛି । ରାଜ୍ୟ ବାହାର ପୁଲିସ ସହ କମିଶନରେଟ୍ ପୁଲିସ ଯୋଗାଯୋଗ କରିଛି । ଆବଶ୍ୟକ ପଡିଲେ ସାଇବର ଠକମାନଙ୍କୁ ରିମାଣ୍ଡରେ ଆଣିପାରେ କମିଶନରେଟ୍ ପୁଲିସ୍।
ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମହିଳାଙ୍କ ନାଁରେ ମ୍ୟୁଲ୍ ଆକାଉଣ୍ଟ ଖୋଲିଥିଲେ । କିଛି ମାସ ପୂର୍ବରୁ ପ୍ରୟାଗରାଜରେ ସାଇବର ଠକ ସମସ୍ତେ ଦେଖା ହୋଇଥିଲେ ଓ ଆକାଉଣ୍ଟକୁ ବିହାରର ସାଇବର ଠକ ମାନଙ୍କୁ ଦେଇଥିଲେ । ୧.୪ ପ୍ରତିଶତରେ ବିହାରର ସାଇବର ଠକଙ୍କୁ ଦେଇଥିଲେ । ସେହି ଆକାଉଣ୍ଟ ଗୁଡିକରେ ଅଧିକ ଠକେଇ ହେବା ପରେ ବ୍ୟାଙ୍କ ମ୍ୟାନେଜର ତାଗିଦ କରିଥିଲେ । ପରେ ଯାହାକୁ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲେ ତାକୁ ଭୁବନେଶ୍ୱର ଡାକି ଅପହରଣ କରିଥିଲେ ।
କମିଶନରେଟ ପୁଲିସ୍ ହାତରେ ବିହାରର ସାଇବର ଠକ
