ଦାୟିତ୍ଵ ଗ୍ରହଣ କଲେ ବିଜେଡ଼ିର ନବ ନିଯୁକ୍ତ ଯୁବ ଓ ଛାତ୍ର ସଭାପତି

Oplus_16908288

ଭୁବନେଶ୍ୱର:ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ମନୋନୀତ ହୋଇଥିବା ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁ ଶଙ୍ଖ ଭଵନରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଶଙ୍ଖ ଭଵନରେ ଦୁଇ ନେତାଙ୍କୁ ସ୍ୱାଗତ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସ୍ୱାଗତ କାର୍ଯ୍ୟକ୍ରମରେ, ଦଳର ବରିଷ୍ଠ ଓ ଯୁବ ନେତାମାନେ ଉପସ୍ଥିତ ଥିଲେ।
ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ହଜାର ହଜାର କର୍ମୀ ମାନେ ଏୟାରପୋର୍ଟ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ। ଉପସ୍ଥିତ ନେତୃମଣ୍ଡଳୀଙ୍କ ଦ୍ୱାରା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏୟାରପୋର୍ଟ ଛକରୁ ନେତା ଓ କର୍ମୀମାନେ ଶୋଭାଯାତ୍ରାରେ ଆସି ଶଙ୍ଖ ଭଵନରେ ପହଞ୍ଚିଥିଲେ। ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ସ୍ୱାଗତ କରାଯାଇଥିଲା।
ଚିନ୍ମୟ ସାହୁ କହିଥିଲେ, ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି, ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡିଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପରିବର୍ତ୍ତେ ଆୟୁଷ୍ମାନ ଯୋଜନା ଲାଗୁ ହେବା ପରେ ଏହା ଏକ ଅଭିଶାପ ପାଲଟିଛି ଓ ରାଜ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ଓ ନିନ୍ଦିତ ହେଉଛି। ବିଜୁ ଯୁବ ଜନତା ଦଳ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ସ୍ୱର ଉଠାଇବ। ନବୀନ ବାବୁଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ କରିବା ପର୍ଯ୍ୟନ୍ତ ବିଜୁ ଯୁବ ଜନତା ଦଳ ନିରନ୍ତର ସଂଗ୍ରାମ ଜାରି ରଖିବ। ସେହିପରି ଇପ୍ସିତା ସାହୁ ନିଜ ବକ୍ତବ୍ୟରେ,ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ପ୍ରତି ସରକାର ଧ୍ୟାନ ଦେଉ ନାହାନ୍ତି ବୋଲି କହିବା ସହିତ ଛାତ୍ରୀ ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି କହିଥିଲେ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ଛାତ୍ରୀ ଦହନର ଶିକାର ହେଉଛନ୍ତି, କିନ୍ତୁ ରାଜ୍ୟ ସରକାର ଏହାର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ବିଜୁ ଛାତ୍ର ଜନତା ଦଳ ରାଜ୍ୟର ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଜୋରଦାର ଲଢେଇ କରିବ।କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ପ୍ରମିଳା ମଲ୍ଲିକ, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଡ଼ ଅମର ପଟ୍ଟନାୟକ, ପ୍ରଣବ ବଳବନ୍ତରାୟ, ପ୍ରୀତିରଂଜନ ଘଡେଇ, ସ୍ନେହାଙ୍ଗୀନ ଛୁରୀଆ, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ସୁଲୋଚନା ଦାସ, ମନ୍ମଥ ରାଉତରାୟ, ବିଜୟ ନାୟକ, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରୀ, ଭୃଗୁ ବକ୍ସିପାତ୍ର, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ସୁମିତ୍ରା ଜେନା, କସ୍ତୁରୀ ମହାପାତ୍ର, ଲୋପାମୁଦ୍ରା ବକ୍ସିପାତ୍ର ଏବଂ ବହୁ ଯୁବ ଓ ଛାତ୍ର ନେତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *