ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏବଂ ଶ୍ରୀମନ୍ଦିର ପରିକ୍ରମା ପରିସର ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ଏହା ପୁରୀ ଏସପି ପ୍ରତୀକ ସିଂହଙ୍କ ନଜରକୁ ଆସିବା ପରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ ସିଂହଦ୍ୱାର ଥାନା ଓ ପୁରୀ ପୁଲିସର ଏକ ବିଶେଷ ଟିମ୍‌କୁ ତତକ୍ଷଣାତ୍ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏହାପରେ ଦ୍ରୁତ ତଦନ୍ତ କାର୍ଯ୍ୟ କରି ସିଂହଦ୍ୱାର ଥାନା ପୁଲିସ ଏବଂ ପୁରୀ ପୁଲିସ ଟିମ୍ ଡ୍ରୋନ‌ଟିକୁ ଗୋଡେଇ ‘ଶନି ମନ୍ଦିର ଗଳି’ ରେ ଜବତ କରିଥିଲେ । ଡ୍ରୋନ ଉଡାଉଥିବା ବ୍ୟକ୍ତି ଛତିଶଗଡ଼ର ଦୁର୍ଗା ପ୍ରସାଦ ଯାଦବଙ୍କୁ ସିଂହଦ୍ୱାର ପୁଲିସ ଅଟକ ରଖିଛି । ଶ୍ରୀମନ୍ଦିର ଓ ଏହାର ପରିସରରେ ଯେକୌଣସି ପ୍ରକାର ଡ୍ରୋନ ଉଡାଇବା ନିଷେଧ ଥିବା ସତ୍ତ୍ୱେ ଏହି ଅବୈଧ କାର୍ଯ୍ୟ କରାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରେ ଜଣାପଡିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଶ୍ରୀମନ୍ଦିର ଓ ଏହାର ସୁରକ୍ଷା ନିୟମକୁ ସମ୍ମାନ ଦେଇ ଏପରି ଅବୈଧ କାର୍ଯ୍ୟରୁ ଦୂରେଇ ରହିବାକୁ ପୁରୀ ପୁଲିସ ସମସ୍ତଙ୍କୁ ଆହ୍ୱାନ ଦେଇଛି ।

Leave a Reply

Your email address will not be published. Required fields are marked *