ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ପରିସ୍ଥିତି। ପାୱାରହାଉସ ଛକ ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଥିବା କାରକୁ ହାଇୱା ଧକ୍କା ଦେଇଛି।

ରେଡ୍ ସିଗନାଲ ଥିବାରୁ କାରଟି ଟ୍ରାଫିକ୍ ପୋଷ୍ଟରେ ଛିଡା ହୋଇଥିବା ବେଳେ, ଅଚାଚନକ ଆସି ଧକ୍କା ଦେବା ସହ କାରକୁ ୨୦ମିଟର ଯାଏ ଘୋଷାଡ଼ି ନେଇଥିଲା । କାର୍‌ରେ ଚାଳକ ଥିଲେ ବି ସୌଭାଗ୍ୟବଶତଃ କିଛି କ୍ଷତି ହୋଇନି । ଅନିଦ୍ରା ହୋଇ ଗାଡି ଚଳାଉଥିବାରୁ ନିୟନ୍ତ୍ରଣ ହାଇଅଥିବା କହିଛନ୍ତି ହାଇୱା ଡ୍ରାଇଭର । ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିବା ସହ ହାଇୱା ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।

Leave a Reply

Your email address will not be published. Required fields are marked *