ମୋଟର ଯାନ ଯାଞ୍ଚ ଅଧିକାର ପ୍ରତିହାର ନେଇ ବସ ମାଲିକ ସଙ୍ଘ ର ଧର୍ମଘଟ ଚେତାବନୀ

ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦିଆଯାଇଛି। ୧୪ ହଜାର ଘରୋଇ ବସ୍ ଏହି ଆନ୍ଦୋଳନରେ ସାମିଲ ହେବେ। ପୁଲିସକୁ ଏମଭିଆଇ କ୍ଷମତା ନ ଦେବାକୁ ବସ୍ ମାଲିକ ସଂଘ ଦାବି କରି ସଂଘ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବ। ଡିସେମ୍ବର ୧ରୁ ପୁଲିସ୍‌କୁ ଗାଡ଼ି ଚେକିଂ ପାଇଁ ଦିଆଯାଉଥିବା ଅଖଣ୍ଡ କ୍ଷମତାକୁ ଘରୋଇ ମାଲିକ ସଂଘ ବିରୋଧ କରୁଛି। ଏହି କ୍ଷମତା ବଳରେ ପୁଲିସ ମୋଟର ଭେଇକିଲ୍ ଆଇନର ବିଭିନ୍ନ ଦଫାରେ ଗାଡ଼ି ଯାଞ୍ଚ କରିବା ଓ ଗାଡ଼ି ଉପରେ ଜରିମାନା ଲଗାଇପାରିବ। ପୂର୍ବରୁ ଏହି ସମସ୍ତ କ୍ଷମତା କେବଳ ପରିବହନ ବିଭାଗ ବା ଆରଟିଓଙ୍କ ନିକଟରେ ସୀମିତ ଥିଲା। ଏବେ ଏହି କ୍ଷମତା ଓଡିଶା ପୁଲିସକୁ ହସ୍ତାନ୍ତର କରାଯାଉଥିବାରୁ ରାଜ୍ୟ ଘରୋଇ ବସ ମାଲିକ ସଂଘ ଓ ଅନ୍ୟାନ୍ୟ ଗାଡି ମାଲିକ ସଂଘ ଏହାକୁ ବିରୋଧ କରିଛି। ସେପଟେ ଏହାକୁ ନେଇ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ଏହି ପଦକ୍ଷେପ ବସ୍ ଅପରେଟରମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ଏହା ଲାଗୁ ହେଲେ ଆମେ ଅଯଥାରେ ହଇରାଣ ହେବା।

Leave a Reply

Your email address will not be published. Required fields are marked *