ଭୁବନେଶ୍ୱର: ରାଜ୍ୟର ବିଶ୍ବବିଦ୍ୟାଳୟରେ ଖାଲି ଥିବା କୁଳପତି ପଦଗୁଡ଼ିକ ଶୀଘ୍ର ପୂରଣ ହେବ ବୋଲି ରାଜ୍ୟପାଳ ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ସହ ସ୍ବତନ୍ତ୍ର ଆଲୋଚନା ସମୟରେ ରାଜ୍ୟପାଳ କହିଛନ୍ତି ଯେ ଆସନ୍ତା ୨-୩ ମାସ ମଧ୍ୟରେ ସବୁ ଖାଲି ଥିବା କୁଳପତି ପଦ ପୂରଣ ହେବ।ବର୍ତ୍ତମାନ ରାଜ୍ୟର ୧୭ଟି ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୩ଟିରେ ସ୍ଥାୟୀ କୁଳପତି ନାହାନ୍ତି। ଇନ୍ଚାର୍ଜ ଭିସିମାନେ ଦାୟିତ୍ଵ ନେଇଥିବାରୁ ଶିକ୍ଷା ପରିଚାଳନା ଓ ଶିକ୍ଷାର ଗୁଣତ୍ତ୍ୱ ଉପରେ ପ୍ରଭାବ ପଡ଼ୁଛି।ରାଜ୍ୟପାଳ ଏହି ଅବସରରେ ରାଜ୍ୟର ସ୍କୁଲ ଡ୍ରପ୍ଆଉଟ୍ ହାର ଉପରେ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶେଷତଃ ଆଦିବାସୀ ଅଞ୍ଚଳରେ ଛାତ୍ରୀମାନଙ୍କ ଡ୍ରପ୍ଆଉଟ୍ ହାର ଅଧିକ ଥିବାକୁ ସେ ଉଲ୍ଲେଖ କରିଛନ୍ତି।ତା ସହିତ, ରାଜ୍ୟପାଳ ମହିଳା ବିରୋଧୀ ହିଂସାର ବୃଦ୍ଧି ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ। ବାଲେଶ୍ୱର, ଗୋପାଳପୁର ଓ ଦୁର୍ଗାପୁର ଘଟଣାର ଉଲ୍ଲେଖ କରି ସେ କହିଥିଲେ ଯେ ଏପରି ଅପରାଧ ରୋକିବାକୁ ତ୍ବରିତ ଦଣ୍ଡବିଧାନ ଆବଶ୍ୟକ। ତାଙ୍କ କଥା ଅନୁସାରେ, “ଦଣ୍ଡର ଭୟ ରହିଲେ ଅପରାଧୀମାନେ ଅପରାଧ କରିବାକୁ ପଛାଇବେ।”
ପୂରଣ ହେବ ସବୁ ଖାଲି କୁଳପତି ପଦ: ରାଜ୍ୟପାଳ
Oplus_131072
